www.samajalive.in
Friday, December 12, 2025
14.1 C
Bhubaneswar

କେଶର ଯତ୍ନ

ଅକାଳରେ କେଶ ପାଚିବା, କେଶ ଝଡ଼ିବା, ରୁପି ହେବା ଇତ୍ୟାଦି ସମସ୍ୟାରୁ ବର୍ତ୍ତିବାକୁ ହେଲେ ଘରୋଇ ଉପଚାର କଲେ ଲାଭ ମିଳେ। କେଶର ଘନତ୍ବ ବଢ଼ାଇବାକୁ ହେଲେ ସପ୍ତାହିକ ଭାବେ କେଶର ଯତ୍ନ ନିଅନ୍ତୁ। କେଶର ଯତ୍ନ କିଭଳି ନେବେ, ସେ ବାବଦରେ ଜାଣନ୍ତୁ କେତୋଟି ଟିପ୍ସ:
– ଭୁର୍ସୁଙ୍ଗ ପତ୍ରକୁ ଖରାରେ ଶୁଖାଇ ଅଧ କପ୍ ନଡ଼ିଆ ତେଲରେ ମିଶାଇ ୨ଦିନ ରଖିବେ। ପରେ ଏଇ ତେଲକୁ ଅଳ୍ପ ଉଷୁମ କରି କେଶମୂଳରେ ଲଗାଇବେ। କେଶମୂଳକୁ ଏହି ତେଲ ଶକ୍ତ କରେ।
– ସଲ୍‌ଫର ଯୁକ୍ତ ପିଆଜ ରସ ମଧ୍ୟ କେଶ ସମସ୍ୟା ଦୂର କରେ। ମେହେନ୍ଦୀ ୨ଚାମଚରେ ପିଆଜ ରସ ମିଶାଇ ପ୍ୟାକ୍ ଭଳି କେଶରେ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିବେ। ୧୫ଦିନରେ ଥରେ ଏହି ପ୍ୟାକ୍ ଲଗାନ୍ତୁ।
– ଅଁଳା ଗୁଣ୍ଡ ୧ଚାମଚ, ମେଥି ଗୁଣ୍ଡ ଅଧ ଚାମଚରେ ଦହି ମିଶାଇ କେଶରେ ଲଗାଇ ୧ ଘଣ୍ଟା ପରେ ଶାମ୍ପୂ କରନ୍ତୁ। କେଶରୁ ରୁପି ସମସ୍ୟା ଏହି ପ୍ୟାକ୍ ଦୂର କରେ।
– କେଶ ପାଚିବା ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଶିକାକାଇ ଗୁଣ୍ଡରେ କଞ୍ଚା ଖିର ମିଶାଇ ସପ୍ତାହରେ ଥରୁଟିଏ କେଶ ମୂଳରେ ଲଗାଇ ଶୁଖିବା ପରେ ଧୋଇନେବେ। 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories