www.samajalive.in
Saturday, December 13, 2025
26.1 C
Bhubaneswar

ଚାର୍ଲି ଚାପ୍‌ଲିନ ସିନେମା ଦେଖାଇ ଡାକ୍ତର କରନ୍ତି ଚିକିତ୍ସା!

ଗୁଜରାଟ୍‌ର କଚ୍ଛସ୍ଥିତ ଛୋଟ ସହରଟେ ଆଦିପୁର, ସେଠାରେ ଥିବା ‘ଚାର୍ଲି ଚାପଲିନ୍ କ୍ଲବ୍’ ପାଇଁ ସହରଟି ଗତ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି। ୧୯୭୩ରେ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତର ଅଶୋକ ଅଶ୍ବାନୀ ଏଇ କ୍ଲବ୍‌ର ଆରମ୍ଭ କରିଥିଲେ, ୧୫ ବର୍ଷ ବୟସର କିଶୋରରୁ ୯୫ ବର୍ଷ ବୟସର ବୃଦ୍ଧମାନେ ହେଉଛନ୍ତି କ୍ଲବ୍‌ର ସଦସ୍ୟ। ଅବିକଳ ଚାର୍ଲି ଚାପଲିନ୍‌ଙ୍କ ପରି ବେଶପୋଷାକ ହୋଇ ଡାକ୍ତର ଅଶୋକ ସହରର ଗଳିକନ୍ଦିରେ ବୁଲିଥାନ୍ତି। ୬୯ ବର୍ଷୀୟ ଡାକ୍ତର ଏଇ ହାସ୍ୟ କଳାକାରଙ୍କ ସିନେମା ଦେଖାଇ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ତାଙ୍କ ସେବାରେ ରୋଗୀମାନେ ମଧ୍ୟ ସନ୍ତୁଷ୍ଟ। ସେ ନିଜେ ଚାର୍ଲିଙ୍କର ବଡ଼ ପ୍ରଶଂସକ, ତାଙ୍କ ମତରେ ସୁସ୍ଥ ଜୀବନଶୈଳୀ ପାଇଁ ହସିବା ନିତାନ୍ତ ଜରୁରୀ। ନ ହସିଲେ ଜଣେ ଲୋକ ଜୀବନର ମୂଲ୍ୟ ବୁଝିପାରିବନି କିମ୍ବା ପରିସ୍ଥିତି ସହ ଲଢ଼ିପାରିବନି। କିଛି ବର୍ଷ ତଳେ ସେ ତାଙ୍କ ପାଖକୁ ଆସୁଥିବା ମାନସିକ ଚାପଗ୍ରସ୍ତ ରୋଗୀଙ୍କୁ ଚାର୍ଲି ଚାପଲିନ୍‌ ସିଡି ଦେଇ ଦିନକୁ ୨ଥର ଦେଖିବାକୁ ପରାମର୍ଶ ଦେଲେ। ରୋଗୀ ଯେତେବେଳେ ଦ୍ବିତୀୟ ଥର ତାଙ୍କ ପାଖକୁ ଆସନ୍ତି, ଚାର୍ଲିଙ୍କର ଅନ୍ୟ ଏକ ସିଡି ନିଜ ତରଫରୁ ମାଗନ୍ତି। ଚାର୍ଲିଙ୍କ ଅଭିନୀତ ସିନେମା ଦେଖି ଅବସାଦଗ୍ରସ୍ତ ରୋଗୀ ହସିବା ଆରମ୍ଭ କରନ୍ତି, ହସିଲେ ରୋଗର ପ୍ରକୋପ ଶେଷ। ଏପରିକି ଏଇ କୋଭିଡ୍-୧୯ମହାମାରୀ ବଢ଼ିବା ସମୟରେ ଡାକ୍ତର ଅଶୋକଙ୍କୁ ଫୋନ୍‌ରେ ଅନେକ ରୋଗୀ ସମ୍ପର୍କ କରୁଥିଲେ। ସମସ୍ତଙ୍କୁ ସେ ସମାନ ପରାମର୍ଶ ଦେଉଥିଲେ, ଚାର୍ଲି ଚାପଲିନ୍ ସିଡି ଦେଖି ମନ ପ୍ରଫୁଲ୍ଲ ରଖ। ରୋଗରୁ ବର୍ତ୍ତିବାର ସବୁଠୁ ସରଳ ଉପାୟ ନିଜକୁ ଖୁସି ରଖିବା ବୋଲି ଡାକ୍ତର ଅଶୋକଙ୍କ ମତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories