www.samajalive.in
Saturday, December 13, 2025
26.1 C
Bhubaneswar

ବିଜେଡ଼ିର ସାଙ୍ଗଠନିକ ବୈଠକ, ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଳକର ନବନିଯୁକ୍ତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କୁ ଆଜି ଦାରିଙ୍ଗବାଡ଼ିଠାରେ ବିଜେଡ଼ି ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଉପାଧ୍ୟକ୍ଷା ସାରଥୀ ମଲିକ, ଟିକାବାଲି ବ୍ଳକ ସଭାତି ରୋଦନ ମଲିକ, ଜି.ଉଦୟଗିରି ବ୍ଳକ ସଭାପତି ସୀମାଞ୍ଚଳ ନାୟକ, ରାଇକିଆ ବ୍ଳକ ସଭାପତି ରାଜ ମୋହନ ଦିଗାଲ ଓ ଦାରିଙ୍ଗବାଡ଼ି ବ୍ଳକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ସମେତ ଜି.ଉଦୟଗିରି ପଂଚାୟତ ସମିତି ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ, ଜିଲା ବିଜୁ ଜନତା ଦଳର ନୂତନ ସଭାପତି ବିଷ୍ଣୁ ଚରଣ ମଲିକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୁନିଲ୍‍ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମର ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି ଓ ଜି.ଉଦୟଗିରି ବ୍ଳକର ବିଜୁ ଯୁବ ଛାତ୍ର ଜନତା ଦଳର ଓ ବିଜୁ ଯୁବ ଜନତା ଦଳର ନବନିଯୁକ୍ତି ସଭାପତି, ଉପସଭାପତି, ସଂପାଦକ, ସୋସିଆଲ୍‍ ମିଡ଼ିଆ ଇନଚାର୍ଜ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଗାମି ପଂଚାୟତ ନିର୍ବାଚନରେ ଦଳ ଯେଭଳି ଭାବେ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ୪ଟି ବ୍ଳକରେ ଜିଲା ପରିଷଦ ହାତେଇବା ସହ ସମସ୍ତ ବ୍ଳକ ଅଧ୍ୟକ୍ଷ ପଦ ହାତେଇବ ନେଇ ରଣକୌଶଳ ପ୍ରସ୍ତୁତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଳକ ବିଧାୟକ ପ୍ରତିନିଧି ଦୀପକ ସାହୁଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ଗ୍ରୀନବାଡ଼ି ସରପଂଚ ସଂଜୟ ପ୍ରଧାନ ସମେତ ବହୁ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories