www.samajalive.in
Saturday, December 13, 2025
26.1 C
Bhubaneswar

ଏନଆରସି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ; ରାଜ୍ୟସଭା  ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)  ଚିଠା ପ୍ରକାଶନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ସୋମବାର ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି।
ଏନଆରସି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବି କରି ତୃଣମୂଳ କଂଗ୍ରେସ ଓ ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଶୂନ୍ୟକାଳରେ ତୃଣମୂଳ କଂଗ୍ରେସର ସାଂସଦ ସୌଗତ ରାୟ ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ଦାବି କରିଥିଲେ। ତାଙ୍କୁ ସମର୍ଥନ କରି ଟିଏମସି ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗରେ ଏକତ୍ରିତ ହୋଇ ହୋହାଲ୍ଲା କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଳତବୀ ରଖିଥିଲେ।
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏ ସଂକ୍ରାନ୍ତରେ ଉତ୍ତର ଦେବେ ବୋଲି ଶ୍ରୀ ନାଇଡୁ କହିବା ସତ୍ତ୍ବେ ମଧ୍ୟ ତୃଣମୂଳ କଂଗ୍ରେସର ସଂସଦମାନେ ନିଜ ଜିଦ୍‍ରେ ଅଟଳ ରହି ହୋହଲ୍ଲା କରିଥିଲେ। ଦିନ ୧୨ଟା ପରେ ସଭାକାର୍ଯ୍ୟ ପୁଣି ଆରମ୍ଭ ହେବାମାତ୍ରେ ଗୃହରେ ପୂର୍ବଭଳି ପରିସ୍ଥିତି ଜାରି ରହିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା।
ସେହିପରି ଅପରାହ୍ଣ ୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ ଓବ୍ରିଅନ ଏନଆରସି ପ୍ରସଙ୍ଗ ଉଠାଇଥିଲେ। ତାଙ୍କୁ ସମର୍ଥନ କରି ଦଳର ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories