www.samajalive.in
Friday, December 5, 2025
23.1 C
Bhubaneswar

 ଭଦ୍ରକ ହତ୍ୟା ଘଟଣାରେ ନୂଆ ମୋଡ , ନାବାଳିକାକୁ ବଳାତ୍କାର ପରେ ମାଆକୁ ହତ୍ୟା କରାଯାଇଥିବା ଏସ୍‌ପିଙ୍କ ସୂଚନା

ଭଦ୍ରକ: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ନୂଆ ମୋଡ ନେଇଛି । ନାବାଳିକାକୁ ହାତ ଗୋଡ ବାନ୍ଧି ବଳାତ୍କାର କରିବା ପରେ ଅଭିଯୁକ୍ତ ମାଆକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଭଦ୍ରକ ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୀଡିତାଙ୍କ ବାପା ରବିବାର ଠାରୁ ନିଖୋଜ ଅଛନ୍ତି । ବାବୁଆ ଓରଫ ଗୋପିନାଥ ମହାନ୍ତି ପୀଡିତାଙ୍କ ବାପାଙ୍କର ମୋବାଇଲ ଓ ବାଇକ ଧରି ରାତି ପ୍ରାୟ ୧୨.୩୦ ସମୟରେ ତାଙ୍କ ଘର ପାଖରେ ପହଞ୍ଚିଥିଲା। ତା’ପରେ ଫୋନ କରି କବାଟ ଖୋଲିବାକୁ କହିଥିଲା।

କବାଟ ଖୋଲିବା ପରେ ବାବୁଆ ତାଙ୍କ ଝିଅକୁ ବାନ୍ଧି ଦେଇ ବଳାତ୍କାର କରିଥିଲା । ଏହି ଘଟଣା ପ୍ରଘଟ ହୋଇଯିବା ଆଶଙ୍କାରେ ସେ ଭକ୍ତିଲତାଙ୍କ ମୁଣ୍ଡକୁ ଏକ ଶିଳପୁଆରେ ଛେଚି ଦେଇଥିଲା। ଘଟଣାସ୍ଥଳରେ ଭକ୍ତିଲତାଙ୍କ ମୃତ୍ୟୁ ଘଟିଥିଲା। ତେବେ କୌଶଳ କ୍ରମେ ଝିଅ ନିଜର ସମ୍ପକୀୟଙ୍କୁ ଫୋନ୍ କରି ଦେବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ପୀଡିତା ପ୍ରଥମେ ସୂଚନା ଦେଇଥିଲା। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories