www.samajalive.in
Sunday, December 14, 2025
23.1 C
Bhubaneswar

ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ପକ୍ଷରୁ ଖାତିଗୁଡା ବନ୍ଦ ସହ ଧାରଣା, ୧୪ ଦଫା ଦାବିପତ୍ର ପ୍ରଦାନ  

ନବରଙ୍ଗପୁର : ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଖାତିଗୁଡା ସହର ପୂର୍ବାହ୍ନ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ  ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଗଣ ପରିଷଦର କର୍ମକର୍ତ୍ତାମାନେ ଏକ ଶୋଭା ଯାତ୍ରାରେ ଯାଇ ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଇନ୍ଦ୍ରାବତୀ ଜଳବିଦୃଢ ପ୍ରକଳ୍ପ ପ୍ରଶାସକ, ଓଏଚପିସି ଓ ପ୍ରକଳ୍ପ ନିର୍ଦ୍ଦେଶକ, ତଥା ଥଇଥାନ ଓ ପୁନଃବସତି ଅଧିକାରୀଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଇନ୍ଦ୍ରାବତୀ ଜଳବିଦ୍ୟୁତ ଦ୍ୱାରା ବିସ୍ଥାପିତ ହୋଇଥିବା ୬୧୩୩ ଟି ପରିବାର ପାଇଁ ଗଣପରିଷଦ ପକ୍ଷରୁ ଗତ ୧୩,୧୧,୨୦ରେ ୧୪ଟି ଦାବି ପ୍ରକଳ୍ପ ପ୍ରଶାସକ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲାପାଳଙ୍କୁ ଦିଆଯାଇଥିଲା। ଏହି ଦାବି ୨୬ତମ ଆରଏସି ପଲିସି ଅନୁସାରେ ଦିଆଯାଇଥିଲା, ଯାହାକି ଦୀର୍ଘ ୨୦ବର୍ଷ ହେଲା କାର୍ଯ୍ୟକାରୀ ହେଉ ନାହିଁ। ଏହି ଦାବି ସଂପର୍କରେ ଗଣ ପରିଷଦକୁ ଡାକି ଆଲୋଚନା କରିବା କଥା କିନ୍ତୁ କରାଗଲା ନାହିଁ। ଏହାର ପ୍ରତିବାଦରେ ପୁନର୍ବାର ଆଜି ଖାତିଗୁଡା ବନ୍ଦ ଡାକରା ଦେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦିଆଯାଇଥିବା ପ୍ରମୁଖ ଦାବି ମଧ୍ୟରେ  ବିସ୍ଥାପିତ ପରିବାରଙ୍କର ଅନୁଦାନଟଙ୍କା ପଞ୍ଚମ ପର୍ଯ୍ୟାୟ ସହିତ ସମତୁଲ କରିବାକୁ ୧୬କୋଟି ଟଙ୍କା ୨୦୦୮ ମସିହାରେ ଧାର୍ଯ୍ୟକ ରାଯାଇଥିଲା। ସେହିଟଙ୍କା ଅତିଶୀଘ୍ର ବିସ୍ଥାପତି ପରିବାରକୁ ଦେବା ନିମନ୍ତେ ପଦକ୍ଷେପ ନିଆଯିବା, ବିସ୍ଥାପିତ ପରିବାରଙ୍କର ଜମି ଯେଉଁ ତହସିଲରେ ଦିଆଯାଇଛି ତାକୁ ଅତିଶୀଘ୍ର ପଟ୍ଟା କରି ପ୍ରଦାନ କରିବା  ପାଇଁ ପଦକ୍ଷେପ ନେବା, ବିସ୍ଥାପିତ ପରିବାରଙ୍କର ନିମନ୍ତେ ଆରଏସି ପିଲିସି ଅନୁସାରେ ପିଇବା ପାଣି, ଚାଷପାଇଁ ଜଳସେଚନ, ବିଦ୍ୟୁତ ସଂଯୋଗ, ରାସ୍ତା ମରାମତି, ଶିକ୍ଷା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯିବା। ନବରଙ୍ଗପୁର ଓ କେରାପୁଟ ଜିଲାରେ ଡିପ୍‍ବୋରୱେଲ କେଉଁଠି କରାଯାଇଛି ତାର ରିପୋର୍ଟ ଦିଆଯିବା, ଜିଲାର ୩୭ଟି ଟି ବିସ୍ଥାପିତ ଗ୍ରାମରେ ବିଦ୍ୟୁ ସଂଯୋଗ ପାଇଁ ୧୯୯୪ ମସିହାରେ ଏକ କୋଟି ୬୬ ଲକ୍ଷ ଟଙ୍କା ଦିଅଯାଇଥିଲା। ସାଉଥକୋ ପ୍ରତିପରିବାରରୁ ପୁନର୍ବାର ୫ରୁ ୬ ହଜାରଟଙ୍କା ନେଇ  ବିଦ୍ୟୁତ ସଂଯୋଗ କରିଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ,ବିସ୍ଥାପିତ ପରିବାର ର ପୁଅ ମାନଙ୍କୁ ପ୍ରକଳ୍ପ ଠାରେ  ସୁରକ୍ଷା ଗାର୍ଡ ଭାବେ ନିଯୁକ୍ତି ଦିଆଯିବାକୁ ଦାବି କରାଯାଇଛି। ବିସ୍ଥାପିତ ପରିବାର ବହୁ ଦୁଃଖକଷ୍ଟରେ ରହୁଥିବାବେଳେ ସେମାନଙ୍କୁ  କୌଣସି ସୁବିଧା  ପ୍ରଦାନ କରାଯାଉ ନାହିଁ। ବିସ୍ଥାପିତ  ପରିବାର ପାଇଁ ଓଏଚପିସିଏ ଏହି  ବିଦ୍ୟୁତ ପ୍ରକଳ୍ପରୁ ଏବେ କୋଟିକୋଟି ଟଙ୍କା ରାଜସ୍ୱ ପାଉଛି।  ତେବେ ଏହି ପରିବାର ପ୍ରତି ସରକାର କିମ୍ବା ପ୍ରଶାସନ ଚିନ୍ତା କରୁନାହାନ୍ତି। ଦୀର୍ଘ ୩୦ବର୍ଷ ପରେ ମଧ୍ୟ ସମସ୍ୟାର ସମାଧାନ  ହୋଇ ପାରୁନାହିଁ।  ଦିଆଯାଇଥିବା ଜମିର ପଟ୍ଟା ମଧ୍ୟ ମିଳିନାହିଁ। ବିସ୍ଥାପିତ  ପରିବାରର ପିଲାମାନେ ବେକାର ହୋଇ ବୁଲୁଛନ୍ତି। ତେବେ ବିସ୍ଥାପିତ ପରିବାରର ସମସ୍ୟା ଆସନ୍ତା ୧୫ଦିନ ମଧ୍ୟରେ କରାନଗଲେ ମୋଟ ୬୧୩୩ଟି ପରିବାରର ପ୍ରାୟ ୨୦ରୁ ୨୫ ହଜାର ଲୋକ ଇନ୍ଦ୍ରାବତୀ ପ୍ରକଳ୍ପର ମହୁଲପାଟଣା ଇନଟେକ୍‍ ଗେଟ ବନ୍ଦକରିବାକୁ ବାଧ୍ୟ ହେବା ସହ ଦେଓପାଲି ଡ୍ୟାମ ଓ ମୁରାନଡ୍ୟାମ ଗେଟ ମଧ୍ୟ ପାଣି ଖୋଲିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନବେଳେ ଗଣପରିଷଦର ସଭାପତି ଦୈତାରୀ ବିଷୋୟୀ, ଉପସଭାପତି ଇଶ୍ୱର ସୁନା, ସଂଯୋଜକ ଆପନା ବିଷୋୟୀ, ସମ୍ପାଦକ ସୁଧୀର କୁମାର ସୁନା, ସହସମ୍ପାଦକ ଅନିଲ କୁମାର ଖୁରା, କୋଷାଧ୍ୟକ୍ଷ ସାହେବ ନାୟକ, ଉପଦେଷ୍ଠା ବ୍ରଜ ବିଷୋୟୀ, ରତ୍ମାକର ବିଷୋୟୀ, ଅଭିମନ୍ୟୁ ବିଷୋୟୀ,ସଞୟକୁମାର ସୁନା, ଲଛମନ ପାଇକ, ରବିବିଷୋୟୀ ଓ ଲଛମନ ମୁଦୁଲି ପ୍ରମୂଖ ନେତୃତ୍ୱ ନେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories