www.samajalive.in
Sunday, December 7, 2025
23.1 C
Bhubaneswar

ୟୁପି ବିଧାନସଭା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି ‌: କେଜରିୱାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ ତିନି ଥର କ୍ଷମତା ଦଖଲ ସହ ପଞ୍ଜାବ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଆସନ୍ତା ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବ। ଏ ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କେଜ୍ରିୱାଲ୍‌ ‌ଏହି ଘୋଷଣା କରିବା ବେଳେ କହିଛନ୍ତି କି ‘ଆଜି ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଚାହୁଁଛି। ଆପ୍‌ ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଉତ୍ତରପ୍ରଦେଶର ବହୁ ସାମାଜିକ ସଂଗଠନର ମୁଖ୍ୟ ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କୁ ଏଥିପାଇଁ ପ୍ରସ୍ତାବ ଦେଇଥିବାବେଳେ ସେ ଏହାକୁ ଗ୍ରହଣ କରିଥିବା କେଜରିୱାଲ କହିଛନ୍ତି। ଉତ୍ତରପ୍ରଦେଶର ଅନେକ ଭାଇ ଓ ଭଉଣୀ ଦିଲ୍ଲୀରେ ରୁହନ୍ତି। ସେମାନେ ଉତ୍ତରପ୍ରଦେଶ ସରକାରକୁ ନେଇ ଅସନ୍ତୁଷ୍ଟ। ସେମାନଙ୍କ ଯୋଗୁଁ ଆପ୍‌ ତୃତୀୟ ଥର ଦିଲ୍ଲୀରେ ସରକାର ଗଠନ କରିଥିବା କେଜରିୱାଲ କହିଛନ୍ତି।

- Advertisement -


କେଜରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ୟୁପିର ଲୋକ କଣ ପାଇଁ ସର୍ବଦା ଦିଲ୍ଲୀ ଉପରେ ନିର୍ଭର କରିବେ। ୟୁପିରେ ମଧ୍ୟ ଦିଲ୍ଲୀ ଭଳି ମୋହଲା କ୍ଲିନିକ, ମାଗଣା ବିଦ୍ୟୁତ, ଜଳ, ଉତ୍ତମ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇପାରିବ। ଉତ୍ତରପ୍ରଦେଶକୁ ଅନେକ ଦଳ ଶାସନ କରିଛନ୍ତି କିନ୍ତୁ କେହି ଜନସାଧାରଣଙ୍କ ପାଇଁ କାମ କରିନାହାଁନ୍ତି। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇଁ ଉତ୍ତରପ୍ରଦେଶର ଲୋକଙ୍କୁ କାହିଁକି ଦିଲ୍ଲୀ ଆସିବାକୁ ପଡ଼ିବ? ଦେଶର ବୃହତ୍ତମ ରାଜ୍ୟ କାହିଁକି ଅଣଉନ୍ନତ ହୋଇ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories