www.samajalive.in
Saturday, December 13, 2025
26.1 C
Bhubaneswar

ଦାଦନ ଗଡରେ ଖୋଲାଖୋଲି ଶ୍ରମିକ ଚାଲାଣ; ପଞ୍ଜୀକରଣ ନାହିଁ, ସହାୟକ ହେଉନି ସରକାରୀ ଯୋଜନା 

ବେଲପଡା: କୋଭିଡ କଟକଣାର ନୀରବତା ମଧ୍ୟରେ ପୁଣି ଆରମ୍ଭ ହେଲାଣି ମଣିଷ ଚାଲଣ କାରବାର। ଦଲାଲମାନେ ସିଧାସଳଖ ଶ୍ରମିକ ମାନଙ୍କ ଘରକୁ ଗାଡି ଲଗେଇ ନେଉଯାଉଛନ୍ତି ଗନ୍ତବ୍ୟ ସ୍ଥଳକୁ। ଏହି କାରବାର ଚାଲୁଛି ଖୋଦ୍‍ ପୁଲିସ ଆଖି ଆଗରେ। ହେଲେ କାହାରି ଉପରେ ଅଙ୍କୁଶ ନାହିଁ। ସବୁ ଜାଣି ନଜାଣିଲା ପରି ହେଉଛନ୍ତି ପୁଲିସ ବିଭାଗ। ସିଧାସଳଖ ଥାନା ଆଗ ରାସ୍ତାରୁ ଶ୍ରମିକଙ୍କୁ ଚାଲଣ କରୁଛନ୍ତି ଦଲାଲ ହେଲେ କାହକୁ ହାତ ମାରୁନାହାନ୍ତି ପୁଲିସ ବାବୁ ଭାୟାମାନେ। ଯାହାର ଫାଇଦା ନେଇ ଖୋଲାଖୋଲି ଭାବରେ ଶ୍ରମିକଙ୍କୁ ମୁଣ୍ଡ ମୂଲଚାଲ ହେଉଛି। ୩୦ରୁ୪୦ ହଜାର ଟଙ୍କା ବଇନା ଦେଇ ସେମାନଙ୍କୁ ଚାଲଣ କରାଯାଉଥିବା ଜଣାପଡ଼ିଛି।

ବଲାଙ୍ଗିର ଜିଲାର ଦାଦନ ଗଡ ଓ ରାଜଧାନୀ ଭାବେ ଅପନିନ୍ଦିତ ବେଲପଡା ବ୍ଲକ। ମିଳିଥିବା ତଥ୍ୟ ଅନୁସାରେ ଧରାଖମନ, ପର୍ଲ୍ଲିମାଲ, ସିହିନି, ପଣ୍ଡରିଜୋର, ତେନ୍ତୁଲିମୁଣ୍ଡା, କନେ୍ଧନଝୁଲ, ବାଗଦୋର, ଯୁବା, ସୁଲେକେଲା, ମଧ୍ୟପୁର, କାପଣି, ଧୁମାଭଟା ଅଦି ଅଞ୍ଚଳରୁ ୩୦ ରୁ ୪୦ ହଜାର ଟଙ୍କା ନେଇ ଦାଦାନ ଶ୍ରମିକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ବାଙ୍ଗାଲୋର, ତାମିଲନାଡୁ, ଛତିଶଗଡ, ସୁରତ ଭଳି ଇଟାଭାଟି ମାନଙ୍କରେ ଦାଦନ ଖଟବାକୁ ଯାଇଥାନ୍ତି। ଚଳିତ ବର୍ଷ କୋଭିଡ ସମୟରେ ବାହାର ରାଜ୍ୟରୁ ୧ଲକ୍ଷ ୪୦ ହଜାରରୁ ଉର୍ଦ୍ଧ ଶ୍ରମିକଙ୍କୁ ପ୍ରଶାସନ ଉଦ୍ଧାର କରାଯାଇଥିଲା। ସେମାନଙ୍କ ପ୍ରତିପୋଷଣକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତରେ ମନରେଗା ମାଧ୍ୟମରେ ୨ଶହ ଦିନର କାମ ଯୋଗାଇ ଦେବା ସହ ମଞ୍ଜୁରି ମୂଲ୍ୟ ୩୦୩ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ ମଧ୍ୟ ଦାଦନ ଉପରେ ରୋକ ଲଗାଇ ପାରିଲାନି ଯୋଜନା। ପୁଣି ପୂର୍ବ ବର୍ଷ ପରି ଚାଲିଛି ଦାଦନ କରାବାର। ଏହାଛଡା, ଏବର୍ଷ କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଉପରେ ଅଧିକ ପ୍ରଭାବ ପଡ଼ିଛି। ଚାଷ ବାସ ମଧ୍ୟ ସେତିକି ହୋଇନାହିଁ। ଯାହା ଉତ୍ପାଦନ ହୋଇଛି ତାହା ବିକ୍ରି ବ୍ୟବସ୍ଥା ନଥିବାରୁ ଚାଷୀମାନଙ୍କ ଠାରୁ କମ ମୂଲ୍ୟ ଦେଇ ଦଲାଲମାନେ କିଣି ନେଉଛନ୍ତି। ଅନ୍ୟପଟେ ଦାଦନ ଦଲାଲମାନଙ୍କ ଲୋଭରେ ପଡ଼ି ବାହାର ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଆଉ ପୁଲିସର ଚଢଉ ନାମକୁ ମାତ୍ର ବୋଲି ସ୍ଥାନୀୟ ଅଞ୍ଚଳରେ ସମାଲୋଚନା ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories