www.samajalive.in
Saturday, December 13, 2025
26.1 C
Bhubaneswar

ଜାନୁୟାରୀରୁ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ସଂସଦ ଅଧିବେଶନ ଶୀଘ୍ର ଆରମ୍ଭ ହୋଇପାରେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଜୋଶୀଙ୍କ ପକ୍ଷରୁ କଂଗ୍ରେସର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପତ୍ର ଲେଖି ଏ ନେଇ ଅବଗତ କରାଯାଇଛି। ସରକାର ଜାନୁୟାରୀରୁ ବଜେଟ ଅଧିବେଶନ ଆରମ୍ଭ କରିପାରନ୍ତି ବୋଲି ପତ୍ରରେ କୁହାଯାଇଛି।

ସୂଚନା ଅନୁସାରେ, କରୋନା ସଙ୍କଟ ଯୋଗୁ ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ଆୟୋଜିତ ହୋଇ ନ ଥିଲା। ଦୀର୍ଘ ଦିନ ପରେ ଏପରି ହୋଇଥିବାରୁ ଏହାକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ସଂସଦୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

- Advertisement -

ଜୋଶୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଥଣ୍ଡା ପାଗ କରୋନା ସଙ୍କଟର କାରଣ ହୋଇଥିବାରୁ ଦିଲ୍ଲୀରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ଡିସେମ୍ବର ଅଧା ହୋଇଗଲାଣି ଏବଂ ଖୁବ୍‌ଶୀଘ୍ର କରୋନା ଟିକା ମିଳିବା ଆଶା ରହିଛି। ଏପରି ସ୍ଥିତିରେ ମୁଁ ଅନେକ ନେତାଙ୍କ ସହିତ ଯୋଗାଯୋଗ କରି ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମହାମାରୀ ସହିତ ଶୀତକାଳୀନ ଅଧିବେଶନ ଆୟୋଜନ କରିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ଜାନୁୟାରୀରୁ ବଜେଟ ଅଧିବେଶନ ଆରମ୍ଭ କରାଯିବା ୨୦୨୧ ବର୍ଷ ପାଇଁ ଉପଯୁକ୍ତ ବୋଲି ଜୋଶୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories