www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଆର୍‍ଏମ୍‍ସିରେ ୧୮ଜଣ ଯୁବକ ଯୁବତୀଙ୍କ ଅସ୍ଥାୟୀ ନିଯୁକ୍ତିରେ ଜାଲିଆତି ହୋଇଛି: ବିଜେପି ଯୁବମୋର୍ଚ୍ଚା

ବୌଦ୍ଧ : ବୌଦ୍ଧ ଜିଲ୍ଲା ମଣ୍ଡିଗୁଡିକରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ସମସ୍ତ ଧାନମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ ପାଇଁ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପକ୍ଷରୁ ୫୮ଜଣଙ୍କୁ ଚେକର ଭାବରେ ଅସ୍ଥାୟୀ କର୍ମଚାରୀ ଆବଶ୍ୟକ ରହିଥିବାରୁ ସେଥି ମଧ୍ୟରୁ ୧୮ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ତାଲିକା ପ୍ରକାଶ କରାଯାଇଥିଲା। ଏହି ନିଯୁକ୍ତି ପାଇଁ ବୌଦ୍ଧରେ ପ୍ରସାର ହେଉ ନ ଥିବା ଏକ ସମ୍ବାଦପତ୍ରରେ ବିଜ୍ଞାପନ ପ୍ରକାଶ କରାଯାଇ ଭୁବନେଶ୍ୱରର ଏକ ସଂସ୍ଥା ଜରିଆରେ ୧୮ ଜଣଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିଯୁକ୍ତି ତାଲିକା ପ୍ରକାଶ ପାଇବା ପରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୁବମୋର୍ଚ୍ଚାର ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟକୁ ଯାଇ ତନାଘନା କରିବା ପରେ ନିଯୁକ୍ତିିରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ।

କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ମୁତବାକ, ସମ୍ବାଦପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୁବନେଶ୍ୱରର ରେଜ୍‍ ମେନପାୱାର କନସଲ୍ଟ, କଳାହାଣ୍ଡିର ଅର୍ଧନାରୀଶ୍ୱର ସିକ୍ୟୁରିଟି ଏବଂ ଭାରତ ସିକ୍ୟୁରିଟି ସର୍ଭିସ୍‍ ଆବେଦନ କରିଥିଲେ। କିନ୍ତୁ ରେଜ୍‍ ମେନ ପାୱାର ସଂସ୍ଥାକୁ ଟେଣ୍ଡର ମ଼ିଳିଥିଲା। ଏନେଇ ଆବେଦନ କରିଥିବା ସଂସ୍ଥାକୁ ଫୋନ ଯୋଗାଯୋଗ କରିବା ପରେ ଉତ୍ତର ଦେବାପାଇଁ ମନା କରିଦେଇଥିଲେ। ତେବେ ନିଯୁକ୍ତି ମିଳିବା ପୂର୍ବରୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜିଲ୍ଲାପାଳଙ୍କଠାରେ ସମସ୍ତ ତଥ୍ୟ ଉପସ୍ଥାପନ କରି ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ନିୟନ୍ତ୍ରିତ ବଜାର କମିଟିର ଚେୟାରମେନ ତଥା ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେ ଆସିବା ପରେ ତଦନ୍ତ କରାଯାଇ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories