www.samajalive.in
Wednesday, December 10, 2025
23.1 C
Bhubaneswar

ନକ୍ସଲ ପ୍ରବଣ ଅଞ୍ଚଳ ଗସ୍ତରେ ପୁଲିସ ଡିଜି ; କ୍ୟାମ୍ପ୍ ପରିଦର୍ଶନ ଓ ସମୀକ୍ଷା କଲେ

ଲାଞ୍ଜିଗଡ଼ : ନକ୍ସଲ ଦମନ ପାଇଁ ସରକାର କଠୋର ନୀତି ଅବଲମ୍ବନ କରିବା ସହ ନକ୍ସଲ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଆର୍ପିଏଫ୍ ଓ ବିଏସ୍ଏଫ୍ କ୍ୟାମ୍ପ୍ ସବୁ ସ୍ଥାପନ ସହିତ ବାରମ୍ବାର କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେହିପରି ଏହିସବୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଯବାନମାନଙ୍କ ମନୋବଳ ବୃଦ୍ଧି ସହିତ ସଠିକ୍ ରଣନୀତି ପ୍ରସ୍ତୁତି ଘନଘନ ବୈଠକ ଓ ସମୀକ୍ଷା କରାଯାଉଛି। ଏହିକ୍ରମରେ ଆଜି ଓଡିଶା ପୁଲିସ ମହା ନିର୍ଦ୍ଧେଶକ(ଡିଜି) ଶ୍ରୀ ଅଭୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ସବୁଠୁ ମାଓପ୍ରବଣ ଗସ୍ତ ସହିତ ସେ ଅଞ୍ଚଳରେ ଥିବା କ୍ୟାମ୍ପ୍ ପରିଦର୍ଶନ ସହିତ ସମୀକ୍ଷା କରି ଫେରିଯାଇଛନ୍ତି। ଆଜି ଅନୁଷ୍ଠିତ ଏକ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ରାୟଗଡା ଓ କନ୍ଧମାଳ ପୁଲିସ ଜିଲ୍ଲାକୁ ସାମିଲ କରାଯାଇଥିବାବେଳେ ଡିଜିଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଆଇଜି ଅମିତାଭ ଠାକୁର, ସିଆରପିଏଫ୍ର ଡିଆଇଜି ଏସ୍କେ ମହାନ୍ତି, ବିଏସ୍ଏଫର ଡିଆଇଜି ଅନିରୁଦ୍ଧ ସିଂହ ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ, ରାୟଗଡା ଏସ୍ପି ଡ. ଶ୍ରବଣ ବିବେକ ପ୍ରମୁଖ ସାମିଲ ହୋଇଥିବାବେଳେ ଏହି ଅଧିକାରୀମାନେ ବିଜେପୁର, ମୁଷାନାଳ ନିକଟସ୍ଥ ଗୋଇପିଟାଠାରେ ନିର୍ମାଣାଧୀନ କ୍ୟାମ୍ପରେ ସମୀକ୍ଷା ପରେ ତ୍ରିଲୋଚନପୁରଠାରେ ଥିବା ସିଆର୍ପିଏଫ୍ କ୍ୟାମ୍ପ୍ ପରିଦର୍ଶନ ସହିତ ସମୀକ୍ଷା କରିଥିଲେ। ଏହାସହିତ ଏହି ତିନୋଟି କ୍ୟାମ୍ପରେ ଥିବା ଯବାନମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ନକ୍ସଲ ଦମନର ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ଏହି ସମୟରେ କ୍ୟାମ୍ପ୍ କମାଣ୍ଡରମାନେ ଡିଜିଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହିତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଅପରେସନ ସଂପର୍କରେ ସୂଚନା ଦେଇଥିଲେ। ଓଡିଶା ପୁଲିସ ମହାନିର୍ଦ୍ଧେଶକ ଶ୍ରୀ ଅଭୟ ଏହା ପୁର୍ବରୁ ତିନିଥର କଳାହାଣ୍ଡି ଗସ୍ତରେ ଆସି ମାଓ ଗତିବିଧି ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ଓ ସମସ୍ୟା ଉପରେ ସମିକ୍ଷା କରି ଯାଇଥିଲେ। ଡିଜିଙ୍କର ଏହି ଚତୁର୍ଥ ଗସ୍ତ ଆଗାମୀ ଦିନରେ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ଜବାନ ମାନଙ୍କ ମନବଳ ବୃଦ୍ଧି କରିବି। ଏହି ଅବସରରେ ବିଭିନ୍ନ କ୍ୟାମ୍ପ୍ ଗୁଡିକ ଦ୍ୱାରା ବିଭିନ୍ନ ନାଗରିକ କାର୍ଯ୍ୟକ୍ରମଗୁଡିକୁ ଡିଜି ଶ୍ରୀ ଅଭୟ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏସବୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଡିଜିଙ୍କ ଗସ୍ତ ସମୟରେ କେସିଙ୍ଗା ଏସ୍ଡିପିଓ ଏସ୍ ସୁଶ୍ରୀ, ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ସମେତ ସିଆର୍ପିଏଫ୍ ଜବାନ ଓ ସ୍ଥାନୀୟ ପୁଲିସ ବଳ ଉପସ୍ଥିତ ଥିଲେ। ପରିଦର୍ଶନ ଓ ସମୀକ୍ଷା ଶେଷ ପରେ ଡିଜିଙ୍କ ସମେତ ଅଧିକାରୀଗଣ ଆକାଶମାର୍ଗରେ ଫେରିଯାଇଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories