www.samajalive.in
Sunday, December 14, 2025
15.1 C
Bhubaneswar

ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ, ସହରର ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା 

ବୌଦ୍ଧ: ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଡକ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳା ସଡକ ସୁରକ୍ଷା ସମିତିର ସଂପୃକ୍ତ ସଭ୍ୟ ତଥା ଜିଲ୍ଳାସ୍ତରୀୟ ଅଧି଼କାରୀମାନେ ଯୋଗଦେଇଥିଲେ। ଜିଲ୍ଲାରେ କ୍ରମଶଃ ଭାବରେ ମୋଟରଯାନ ଜନିତ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଗାଡି ମୋଟର ତନଖି କାର୍ଯ୍ୟ ଆହୁରି ଜୋରଦାର ଭାବରେ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସଡକ ସୁରକ୍ଷା ନିୟମ ପାଳନ କରୁନଥିବା ବ୍ୟକ୍ତିଙ୍କୁ ଧରପଗଡ କରିବା ନିମେନ୍ତ ଏନଏସି ଛକ,ମହାନଦୀ ବ୍ରିଜଛକ ଓ ହାତୀଶାଳ ଛକରେ ସିସି କ୍ୟାମେରା ଲଗାଯିବାକୁ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ରାସ୍ତାକଡରେ ସଙ୍କେତ ଲଗାଯିବା ସହିତ ମର୍ଜାଦାପୁର ନିକଟକରେ ଗାଡି ଚାଳନା ନିମନ୍ତେ ଲାଇସେନ୍ସ ପ୍ରଦାନ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପଡିଆ କାର୍ଯ୍ୟ ତୁରନ୍ତ ସଂପୁର୍ଣ୍ଣ, ବୌଦ୍ଧବାସୀଙ୍କୁ ପାନୀୟଜଳ ଯେଗାଣ, ସଡକ ଦୁର୍ଘଟଣା ରୋକିବା ନିମନ୍ତେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଓ ଗ୍ରାମ୍ୟ ରାସ୍ତା ଗୁଡିକର ସମୁହ ଉନ୍ନତିକରଣ, ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଉକ୍ତ ସଭାରେ ଆଞ୍ଚଳିକ ପରବହନ ଅଧିକାରୀ ଅମରେଶ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନସିସି ଅଫିସର ଡଃ. ମହେନ୍ଦ୍ର ନାଥ ଦେବତା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି କୁମାର ଧରୁଆ ପ୍ରମୁଖ ସଡକ ସୁରକ୍ଷା ନିମନ୍ତେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ଭାଗିରଥୀ ନାଏକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ ପ୍ରମୁଖ ବୈଠକରେ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories