www.samajalive.in
Tuesday, December 9, 2025
19.1 C
Bhubaneswar

ଚନ୍ଦ୍ରଗିରିରେ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ ଚନ୍ଦ୍ରଗିରିରେ ସୋମବାର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ସେ ୨ଲକ୍ଷ ୫୫ ହଜାର ଟଙ୍କାରେ ନିର୍ମିତ ସରପଞ୍ଚଙ୍କ କାର୍ୟ୍ୟାଳୟ, ୬ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଭବନ ଓ ୭ ଲକ୍ଷ ଟଙ୍କାରେ ନିର୍ମିତ ସଭାଗୃହକୁ ଉଦଘାଟନ କରିଛନ୍ତି। ଉପସ୍ଥିତ ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟା ସଂପର୍କରେ ବୁଝିବା ସହ ପଞ୍ଚାୟତର ଉନ୍ନତି ପାଇଁ ସବୁପ୍ରକାର ସରକାରୀ ସହାୟତା ଓ ସହଯୋଗ ଯୋଗାଇଦେବେ ବୋଲି କହିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ବେଳେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ୟ୍ୟ, ଚନ୍ଦ୍ରଗିରି ସରପଞ୍ଚ ନିର୍ମଦା ଦଳେଇ, ପଞ୍ଚାୟତର ଜନପ୍ରତିନିଧି ଓ ମହିଳା ସ୍ଵୟଂ ସହାୟିକା ଦଳର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories