www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ-ଚୀନ ସୀମା ବିବାଦକୁ ନେଇ ଏପରି କହିଲେ ବିପିନ ରାୱତ

କଲକାତା: ଚୀନ ସହିତ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ସୀମାରେ ଚୀନର ଜବରଦଖଲ ଉଦ୍ୟମକୁ ଭାରତ କଡ଼ା ବିରୋଧ କରିଛି। ଏହି ପରିସ୍ଥିତିରେ ତିନି ସେନାର ମୁଖ୍ୟ ତଥା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ କହିଛନ୍ତି, କରୋନା ମହାମାରୀ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ପୂର୍ବସ୍ଥିତି ବଦଳାଇବାକୁ ଉଦ୍ୟମ କରିଛି। କିନ୍ତୁ ଆମ  ଯବାନ ସୀମାର ସୁରକ୍ଷା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ।

- Advertisement -

ସିଡିଏସ୍‌ ରାୱତ କହିଛନ୍ତି, କରୋନା ଭୂତାଣୁ ମହାମାରୀ ସମୟରେ ଚୀନ ଉତ୍ତର ସୀମା ସହିତ ଏଲଏସିରେ ପୂର୍ବସ୍ଥିତ ବଦଳାଇବାକୁ ଚେଷ୍ଟା କରିଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ସ୍ଥଳ, ବାୟୁ ଏବଂ ସମୁଦ୍ରରେ ଅଧିକ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ମୋର ପୂରା ବିଶ୍ଵାସ ରହିଛି ଯେ, ଭାରତୀୟ ସଶସ୍ତ୍ର ବଳ ଆମ ସୀମାର ସୁରକ୍ଷ ାପାଇଁ କୌଣସି ଅବସର ହାତଛଡ଼ା କରିବେ ନାହିଁ, ତାହା ସ୍ଥଳ ହେଉ କିମ୍ବା ବାୟୁ ଏବଂ ସମୁଦ୍ର।

ସେ ଆହୁରି କହିଛନ୍ତି, ସବୁ ଦେଶ ନିଜର ସୁରକ୍ଷା ପାଇଁ ନିଜ ହିତ ଆଧାରରେ ପ୍ରସ୍ତୁତି କରିବା ଜାରି ରଖିବ। ମୁଁ ଦେଶବାସୀଙ୍କୁ ବିଶ୍ଵାସ ଦେଉଛି ଯେ, ଆମେ ଯେକୌଣସି ପ୍ରକାର ଘଟଣାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ପାକିସ୍ତାନ ପକ୍ଷରୁ ଚାଲିଥିବା ଯୁଦ୍ଧବିରତି ଉଲ୍ଲଂଘନ ସମ୍ପର୍କରେ ସେ କହିଛନ୍ତି ଯେ, ଅପର ପକ୍ଷକୁ ଅଧିକ ଚିନ୍ତିତ ହେବା ଦରକାର। ଆମେ ପୂରା ପ୍ରସ୍ତୁତ ଅଛୁ ଏବଂ ଯେକୌଣସି ପ୍ରକାର ନକାରାତ୍ମକ ପରିସ୍ଥିତି ସାମ୍ନା କରିପାରିବୁ।

ରାୱତ କହିଛନ୍ତି, ଏବେ ସମୟ ଆସିଛି, ଆମେ ନିଜ ବ୍ୟବସ୍ଥାରେ ଯୁଦ୍ଧ କୌଶଳ (ଆଧୁନିକ ଅସ୍ତ୍ରଶସ୍ତ୍ର)ର ଭବିଷ୍ୟତ ଉପରେ ଧ୍ୟାନ ଦେବୁ। ଉତ୍ତର ସୀମାରେ କୌଣସି ପ୍ରକାର ବିପଦ କିମ୍ବା ଚ୍ୟାଲେଞ୍ଜର ସାମ୍ନା କରିବା ଲାଗି ଆମ ନିକଟରେ ପର୍ଯ୍ୟାପ୍ତ ବଳ ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories