www.samajalive.in
Friday, December 12, 2025
26.1 C
Bhubaneswar

ଝଲସିବ ପୁରୁଣାଭୁବନେଶ୍ବର

ଭୁବନେଶ୍ୱର : ଝଲସିବ ପୁରୁଣାଭୁବନେଶ୍ବର ଅଞ୍ଚଳ। ଏଭଳି ଯୋଜନାର ନକ୍ସା ପ୍ରସ୍ତୁତ କରୁଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ପୁରୁଣାଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ, ସାଧାରଣ ଲୋକ ଏବଂ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ମୁକ୍ତ ଜାଗା ରଖିବା ଏବଂ ବିକାଶ ପାଇଁ ବିଡିଏ ସହରରେ ପ୍ରଥମ କରି ଲୋକାଲ ଏରିଆ ପ୍ଲାନ୍‌ ଅର୍ଥାତ ସ୍ଥାନୀୟ ଅଞ୍ଚଳ ଯୋଜନା(ଏଲ୍‍ଏପି) କାର୍ଯ୍ୟକାରୀ କରିବାକୁ ଯାଉଛି। ସହରର ବିଭିନ୍ନ ଅଞ୍ଚଳରେ ଏକକାଳୀନ ଭାବେ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ମନୋନୀତ କରିଛି। ଏକାମ୍ର ବିକାଶ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପରିସୀମାରୁ ଚତୁଃପାର୍ଶ୍ବ ବ୍ୟାପି ଅଞ୍ଚଳକୁ ଏଲ୍‌ଏପି ପ୍ରକଳ୍ପରେ ସୌନ୍ଦର୍ଯ୍ୟକରଣ କରାଯିବ।

ପୁରୁଣାଭୁବନେଶ୍ୱରର ପ୍ରତିଟି ଅଞ୍ଚଳ ଐତିହ୍ୟସମ୍ପନ୍ନ। ଏଠାରେ ହଜାର ହଜାର ବର୍ଷ ତଳର ପ୍ରାଚୀନତମ ମନ୍ଦିର ରହିଛି। ଉପରୋକ୍ତ ଅଞ୍ଚଳ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ। ଏଠାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ବାହାର ରାଜ୍ୟରୁ ପର୍ଯ୍ୟଟକ ଆସି ପରିଦର୍ଶନ କରିଥାନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକାମ୍ର ବିକାଶ ପ୍ରକଳ୍ପ ଯୋଜନାର ରୂପରେଖ ପ୍ରସ୍ତୁତ କରି ଲିଙ୍ଗରାଜ ମହାପ୍ରଭୁଙ୍କ ଚତୁଃପାର୍ଶ୍ବ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ ଓ ବିକାଶ କରୁଛନ୍ତି। ଏକାମ୍ର ବିକାଶ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣକୁ ଲାଗି ତା’ର ଚତୁଃପାର୍ଶ୍ବ ଅଞ୍ଚଳକୁ ଏଲ୍‌ଏପିରେ ଅନ୍ତର୍ଭୁକ୍ତ କରାଯାଇଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳର ରେଲୱେ ଲାଇନ, ଗ୍ୟାରେଜ ଛକ, ମାଉସୀ ମା’ ମନ୍ଦିର ଏବଂ କେଦାର ଗୌରୀ ମନ୍ଦିରର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ବିଡିଏ ଏକ କନ୍‌ସଲ୍‌ଟାଣ୍ଟ କମ୍ପାନୀକୁ ସର୍ଭେ କାର୍ଯ୍ୟ ଦେଇଛି। ସର୍ଭେ ସରିବା ପରେ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ପାଇଁ କ’ଣ ପ୍ରକଳ୍ପରେ ରହିବ ସେ ସଂକ୍ରାନ୍ତରେ ରୂପରେଖ ତିଆରି କରାଯିବ।

- Advertisement -

ସୂଚନାଯୋଗ୍ୟ, ସହରର କୌଣସି ସ୍ଥାନୀୟ ଅଞ୍ଚଳକୁ ସରସ ସୁନ୍ଦର କରାଯାଇ ପାରିବ। ଏଥିପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ସ୍ମାର୍ଟସିଟି ଯୋଜନାରେ ନୂଆ ପ୍ରକଳ୍ପ ‘ସ୍ଥାନୀୟ ଅଞ୍ଚଳ ଯୋଜନା’ ଆଣିଛନ୍ତି। ଏହି ପ୍ରକଳ୍ପ ୧୦୦ଟି ସ୍ମାର୍ଟସିଟି ମଧ୍ୟରୁ ୨୫ଟି ସ୍ମାର୍ଟସିଟିରେ କାର୍ଯ୍ୟକାରୀ କରାଯିବ। ୨୫ଟି ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ବର ସ୍ଥାନ ପାଇଛି। ବିଡିଏ ପ୍ଳାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, ଏଲ୍‌ଏପିକୁ ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ଯଦି ଏହାର ସଫଳତା ମିଳେ ତେବେ ଅନ୍ୟ ଅଞ୍ଚଳକୁ ନିଆଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ନିର୍ଦ୍ଧାରଣ କରାଯାଇଥିବା ଅଞ୍ଚଳକୁ ନେଇ ସର୍ଭେ କରାଯାଉଛି। ପରେ ପ୍ରକଳ୍ପରେ କ’ଣ କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories