www.samajalive.in
Friday, December 12, 2025
27.1 C
Bhubaneswar

ଗନ୍ଧରେଲ:ପର୍ଯ୍ୟଟନ ସ୍ଥଳ ପାଇଁ ପରିକଳ୍ପନା: ନିରାତାର କେନ୍ଦ୍ର ଜମି ସହ ରାସ୍ତା କାମର ତଦାରଖ କଲେ ବିଧାୟକ

ବଲାଙ୍ଗିର:ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଉପାନ୍ତରେ ଥିବା ସଦର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚୟତର ଗନ୍ଧରେଲ ଡ୍ୟାମ, ନିରତାର ସେଣ୍ଟର ତଥା ସହରର କିଛି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଗନ୍ଧରେଲ ଗାଁ ନିକଟରେ ଥିବା ଗନ୍ଧରେଲ ମାଟି ବନ୍ଧର ଦୁଇଟି ପାର୍ଶ୍ବରେ ସୁଦୃଶ୍ୟ ପାହାଡ ଜଙ୍ଗଲ ତଥା ପ୍ରାକୃତିକ ଜଳରାଶି ରହିଛି। ଆଗାମୀ ଦିନରେ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବେ ସଜାଇବା ପାଇଁ ଅନୁଧ୍ୟାନ କରିବା ପାଇଁ ଯାଇଥିଲେ ବିଧାୟକ ଶ୍ରୀ ମିଶ୍ର। ସାଧାରଣତଃ ଗନ୍ଧରେଲ ଡ୍ୟାମର ଥିବା ଜଳରାଶି ତଥା ଜଙ୍ଗଲି ପରିବେଶର ମଜା ନେବା ପାଇଁ ପ୍ରାୟତଃ ବର୍ଷ ସାରା ଏଠାକୁ ଲୋକେ ବଣଭୋଜି ତଥା ମନରଞ୍ଜନ ପାଇଁ ଆସିଥାନ୍ତି। ଗନ୍ଧରେଲ ଭଳି ବାଲାଙ୍ଗିର ସହର ମଧ୍ୟକୁ ଅନ୍ୟାନ୍ୟ ପ୍ରାକୃତିକ ନାଳାରେ ଜଳ ନିଷ୍କାସନ ହୋଇଥାଏ। ଲକ୍ଷ୍ମୀ ଯୋର କିଛି ଅଞ୍ଚଳର ଲୋକେ ଏହାର ପାଣିକୁ ବ୍ୟବହାର କରିଥାନ୍ତି।

ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ଯେ ଆଗାମୀ ଦୁଇ ତିନି ଦିନରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଏହି ଅଞ୍ଚଳକୁ ଅନୁଧ୍ୟାନ ପାଇଁ ଆସିବେ। କିପରି ଏହିି ପ୍ରକଳ୍ପରେ ପ୍ରାକୃତିକ ଭାବେ ଅଧିକ ଜଳ ସଂରକ୍ଷଣ ହୋଇପାରିବ, ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କେଉଁ କେଉଁ ଜାଗାରେ ଜଙ୍ଗଲ ଜମି ଛଡ଼ା ମନୋରଞ୍ଜନ ଧର୍ମି ପାର୍କ ନିର୍ମାଣ କରାଯାଇପାରିବ, କେଉଁ ଉପୟରେ ସ୍ଥାନୀୟ ଲୋକେ ଏସବୁ ପ୍ରକଳ୍ପରୁ ରୋଜଗାରକ୍ଷମ ହୋଇପାରିବେ ତାହା ବିଚାର କରାଯିବ। ତେଣୁ ଆଗାମୀ ପରିଦର୍ଶନରେ ବିଭାଗିୟ ଅଧିକାରିଙ୍କ ସହ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ ହେବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଗନ୍ଧରେଲ ଗାଁ ମହିଳାଙ୍କ ସହ ବିଧାୟକ ଶ୍ରୀ ମିଶ୍ରଙ୍କ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମୁତାବକ ଗାଁକୁ ପାନୀୟ ଜଳ, କମ୍ୟୁନିଟି ସେଣ୍ଟର, ଗାଧୋଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।
ସେଠାରୁ ବଲାଙ୍ଗିର ୨୧ ନଂ ୱାର୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରେନିଂ ଏଣ୍ଡ ରିସର୍ଚ(ନିରତାର)କୁ ଯାଇଥିଲେ। ସୂଚନା ଯୋଗ୍ୟ ଯେ, ନିରାତାର କେନ୍ଦ୍ର ପାଇଁ ଅଧିକ ଦୁଇ ତିନି ଏକର ଜମି ବନ୍ଦୋବସ୍ଥ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରର ମୁଖ୍ୟ। ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ନିରତାର ସେଣ୍ଟର ସଂଲଗ୍ନ ଖାଲି ଥିବା ଜମି ବାବଦରେ ପଚାରି ବୁଝିଥିଲେ। ସମାଧାନର ରାସ୍ତା ନିଶ୍ଚୟ ବାହାର କରାଯିବ ବୋଲି କଥା ଦେଇଥିଲେ। ପରେ ତେଲିଗୋଠ ପଡା ଓ ମହାଲକ୍ଷ୍ମୀ ନଗରରେ ୩ଟି ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଦେଢ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଏକ ରାସ୍ତାର ଅବସ୍ଥା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଫକୀର ମୋହନ ଥାଟି, ମନ୍ନୁ ଖାନ, ପ୍ରଶାନ୍ତ ପ୍ରଧାନ, ଆଶିଷ ବାଗ, ପ୍ରତାପ ବାଗ, ବିଷ୍ଣୁ ମହାକୁର ଓ ଫିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories