www.samajalive.in
Sunday, December 7, 2025
18.1 C
Bhubaneswar

‘ଟିଆର୍‌ପି’ ଦୁର୍ନୀତି ମାମଲାରେ ‘ରିପବ୍ଲିକ୍‌ ଟିଭି’ର ସିଇଓ ବିକାଶ ଖାନଚନ୍ଦାନୀ ଗିରଫ

ମୁମ୍ବଇ: ‘ଟିଆର୍‌ପି’ ଦୁର୍ନୀତି ମାମଲାରେ ମୁମ୍ବାଇ ପୁଲିସ ରବିବାର ‘ରିପବ୍ଲିକ୍‌ ଟିଭି’ର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି। ଗିରଫଦାରୀକୁ ରିପବ୍ଲିକ ଟିଭିର ସମ୍ପାଦକ ତଥା ମ୍ୟାନେଜିଂ ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ବେଆଇନ୍ ବୋଲି କହିଛନ୍ତି। ସୋମବାର ଟିଆରପି ମାମଲାରେ ଜାମିନ୍ ନେଇ ଶୁଣାଣି ରହିଛି।

ସୂଚନାଯୋଗ୍ୟ, ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ ଟିଆରପି ମାମଲାରେ ଗିରଫ କରିଥିଲା। ନିକଟରେ ସେ ଜାମିନରେ ଆସିଛନ୍ତି। ସେହିପରି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏକ ଆତ୍ମହତ୍ୟା ମାମଲାରୁ ପୁଲିସ ଗିରଫ କରିଥିଲା। ଏହାପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର ଓ ମୁମ୍ୱଇ ପୁଲିସକୁ ବେଆଇନ୍ ଗିରଫଦାରୀ ନ କରିବା ପାଇଁ ଚେତାବନୀ ଦେଇଥିଲେ।

- Advertisement -

 

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories