www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ୟଯନ୍ତୁ ଶିକାରୀଙ୍କ ଲୁକାୟିତ ବମ୍‍ ଫୁଟି ବୁଲା ଗୋରୁ ଆହତ

ବଡ଼ମ୍ବା : ଜଙ୍ଗଲ ତଥା ଜଙ୍ଗଲପାଖ ଜମିରେ ଚରାବୁଲା କରିବାକୁ ଯାଉଥିବା ଗାଈ,ମଇଁଷୀ, ଛେଳି ଆଦି ଅନେକ ଗୃହପାଳିତ ପଶୁ, ବନ୍ୟଜନ୍ତୁ ଶିକାରୀଙ୍କ ଲୁକାୟିତ ବମ୍‍ ସଂଷ୍ପର୍ଶରେ ଆସି ମୃତାହତ ହେଉଥିବା ଘଟଣାକୁ ନେଇ ଏବେ ସାଧାରଣରେ ଉଦ୍‍ ବେଗ ପ୍ରକାଶ ପାଇଛି। ବଡ଼ମ୍ବାର ଅନେକ ସ୍ଥାନରେ ଏଭଳି ହୃଦୟ ବିଦାରକ ଘଟଣାମାନ ଘଟୁଥିବା ବେଳେ ଶନିବାର ଏହାର ପୁନରାବୃତ୍ତି ଘଟିଛି। ଏହି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଖ ଦାଶରଥିପୁର ଅଞ୍ଚଳରେ। ଜଙ୍ଗଲପାଖ ଜମିକୁ ଚରିବାକୁ ଯାଇଥିବା ବେଳେ ନିକଟସ୍ଥ ଦାଶରଥିପୁର ଗ୍ରାମର ବିମ୍ବାଧର ମୁଦୁଲିଙ୍କ ଗାଈ ବନ୍ୟଜନ୍ତୁ ଶିକାର କରିବାକୁ ଶିକାରୀ ଲୁଚାଇଥିବା ବମ୍‍ ସଂଷ୍ପର୍ଶରେ ଆସି ଗୁୁରୁତର ଆହତ ହୋଇଥିବା ପ୍ରକାଶ।

ସଂପୃକ୍ତ ଗାଈଟିର ମୁହଁ ବମ୍‍ ଫୁଟିବାରୁ କ୍ଷତବିକ୍ଷତ ହୋଇଥିବା ବନବିଭାଗରେ ଅଭିଯୋଗ ହୋଇଛି। ଏପରିକି ଏଭଳି ଘଟଣା ବ୍ଲକ ଅନ୍ତର୍ଗତ ଖଇରିପଙ୍ଗା, କୃଷ୍ଣଚନ୍ଦ୍ରପୁର, ଖାରୋଡ଼, ଦାଶରଥିପୁର ଅଞ୍ଚଳରେ ଅନେକବାର ଘଟିଥିବା ବେଳେ କିଛିଦିନ ତଳେ ଖାରୋଡ଼ ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଗାଈ ଏଭଳି ଅଘଟଣର ଶିକାର ହୋଇଥିବା ଗ୍ରାମବାସୀଙ୍କଠୁ ଜଣାଯାଇଛି। ଅନୁସଂଧାନରୁ ଜଣାପଡିଛି ଯେ ଶିକାର କରିବାକୁ ଶିକାରୀମାନେ ବିକ୍ଷିପ୍ତଭାବେ ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ସ୍ଥାନମାନଙ୍କରେ ଲୁକାୟିତ ଭାବେ ବାରୁଦ ତିଆରି ବମ୍‍ କିଛି ଖାଦ୍ୟ ଜିନିଷ ମିଶାଇ ରଖିଥାନ୍ତି। ଖାଦ୍ୟ ଲୋଭରେ ଜାଣିନପାରି ଉକ୍ତ ବମ୍‍କୁ ଖାଇଲାବେଳେ ନିରୀହ ବନ୍ୟଜନ୍ତୁଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ଏବଂ ଲୁଚିବସିଥିବା ଶିକାରୀଟି ଉକ୍ତ ଜନ୍ତୁଙ୍କୁ ଅକ୍ଳେଶରେ ଶିକାର କରିଥାଏ। ତେବେ କେତକ ଅଫୁଟା ବମ୍‍କୁ ଶିକାରୀମାନେ ଛାଡ଼ି ଆସିଥାନ୍ତି ଏବଂ ଦିନବେଳା ଜଙ୍ଗଲକୁ ଚରିବାକୁ ଯାଉଥିବା ଗୃହପାଳିତ ପଶୁ ଏହି ବମ୍‍ର ଶିକାର ହେଉଥିବା ଏବେ ନୀତିଦିନିଆ ଘଟଣାରେ ପରିଣତ ହେଲାଣି। ବନବିଭାଗ ତଥା ପୁଲିସ ମିଳିତଭାବେ ପୂର୍ବରୁ ଏଭଳି କିଛି ଘଟଣାର ତଦନ୍ତ କରିଥିବା ଖାରୋଡ଼ ଗ୍ରାମବାସୀ କହିଛନ୍ତି। ତେବେ ଶିକାରୀଙ୍କୁ ଧରିବା ତଥା ଏଥିରୁ ନିବୃତ କରିବା ନେଇ ପ୍ରଶାସନ ତରଫରୁ ସଚେତନତା ତ ଦୂରର କଥା ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଏବଂ ଏହାକୁ ନେଇ ଜଙ୍ଗଲ ପାଖ ଲୋକେ ଏବେ ଆତଙ୍କିତ ରହୁଥିବା କୁହାଯାଉଛି। କେବଳ ଯେ ଜଙ୍ଗଲକୁ ଚରାବୁଲା କରିବାକୁ ଯାଉଥିବା ଗୃହପାଳିତ ପଶୁ ନୁହେଁ ଏହାଦ୍ୱାରା ପ୍ରାଣୀଧନ ସହିତ ମଣିଷ ଜୀବନ ଯେ ବିପଦର ସମ୍ମୁଖୀନ ନ ହେବ ସେ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଅତଏବ ଏଭଳି ଅମାନୁସିକ କାର୍ଯ୍ୟ କରୁଥିବା ନିଷ୍ଠୁର ବାଣୁଆଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷତିଗ୍ରସ୍ତ ଗୋପାଳକ ମାନେ ଦାବି କରିଛନ୍ତି ଏବଂ ବନବିଭାଗ ତଥା ପୁଲିସ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ନିବେଦନ କରିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories