www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର ସହରରେ ଲାଗିଛି ମାତ୍ର ୫ଟି ସିସିଟିଭି କ୍ୟାମେରା, ଅପରାଧ ନିୟନ୍ତ୍ରଣରେ ସହାୟକ ହୋଇପାରୁନି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ପ୍ରମୁଖ ନବରଙ୍ଗପୁର ସହରରେ ଲାଗିଛି ମାତ୍ର ୫ଗୋଟି ସିସିଟିଭି କ୍ୟାମେରା, ଯଦ୍ୱାରା କି ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରୁ ନ ଥିବା ପୁଲିସ ବିଭାଗ ତରଫରୁ ସୂଚନା ମିଳିଛି।

ନବରଙ୍ଗପୁର ସଦର ମହକୁମାକୁ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ପଡ଼ୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ଲୋକେ ବ୍ୟବସାୟ ଏବଂ ସରକାରୀ କାର୍ୟ୍ୟରେ ଆସିଥାନ୍ତି । ନବରଙ୍ଗପୁର ସହରରେ ଜିଲ୍ଲାର ପ୍ରମୁଖ ଜିଲ୍ଲାସ୍ତରୀୟ କାର୍ୟ୍ୟାଳୟ ରହିଥିବା ଯୋଗୁଁ ବିଭିନ୍ନ ସମୟରେ ସକାଳଠୁ ଆରମ୍ଭ କରି ସନ୍ଧ୍ୟା ପର୍ୟ୍ୟନ୍ତ ସହରରେ ପ୍ରମୁଖ ସ୍ଥାନ ମାନଙ୍କରେ ଭିଡ଼ ଦେଖିବାକୁ ମିଳିବା ସହ ଭିଡ଼କୁ ଦେଖି ଅପରାଧୀମାନେ ବିଭିନ୍ନ ସମୟରେ ଅପରାଧ ଭିଆଇବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି। ଭିଡ଼ର ସୁଯୋଗରେ ଲୁଟେରାମାନେ ସକ୍ରିୟ ହୋଇ ଦିବା ସମୟରେ ଲୁଟ କରିବାକୁ ପଛାଉନାହାନ୍ତି । କିଛିଦିନ ପୂର୍ବେ ସହରର ଭିଡ଼ ସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଟଙ୍କା ବ୍ୟାଗ ଛଡାଇ ନେବାରେ ସକ୍ଷମ ହୋଇଥିଲେ ଲୁଟେରା। ଏପର୍ୟ୍ୟନ୍ତ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନି। ଯଦି ସହରର ପ୍ରମୁଖ ସ୍ଥାନ ଓ ଗହଳି ଜାଗା ମାନଙ୍କରେ ସିସିଟିଭି ଲାଗିଥାନ୍ତା ତାହେଲେ ଅପରାଧୀଙ୍କୁ ଧରିବାରେ ପୋଲିସକୁ ଖୋରାକ ଯୋଗାଇଥାନ୍ତା ବୋଲି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି।

- Advertisement -

ତାଙ୍କ କହିବା ଅନୁଯାୟୀ, ନବରଙ୍ଗପୁରରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଚେକ ପୋଷ୍ଟ କରିବା ସହ ପେଟ୍ରୋଲିଙ୍ଗ କରାଯାଉଛି। ବିଗତ ଦିନରେ ନବରଙ୍ଗପୁର ଏସପି ନିତିନ କୁଶଲକରଙ୍କ ପ୍ରଚେଷ୍ଟାରେ ନବରଙ୍ଗପୁର ସହରର ପ୍ରମୁଖ ସ୍ଥାନ ତଥା ତ୍ରିବେଣୀ ଛକ, ଗାନ୍ଧୀ ଛକ, ମୀରା ଅଟୋ ଛକ, ନୂଆବନ୍ଧ ସାହି ଛକ ଏବଂ ଜଗନ୍ନାଥ ମନ୍ଦିର ଛକଠାରେ ସିସିଟିଭି କ୍ୟାମେରା ଲାଗାଯାଇ ସେ ସବୁର କଣ୍ଟ୍ରୋଲ ପୋଲିସ କରୁଥିବା ବେଳେ ୫ଟି କ୍ୟାମେରା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ନବରଙ୍ଗପୁର ସହରର ମୁଖ୍ୟ ମୁଖ୍ୟ ୪୦ ଟି ସ୍ଥାନରେ ଯଦି ସିସିଟିଭି କ୍ୟାମେରା ଲାଗାଯାଇ ପୁଲିସ ନିୟନ୍ତ୍ରଣରେ ରଖାଯାଇଥାନ୍ତା ତାହେଲେ ଅପରାଧ ଭିଆଉଥିବା ଅପରାଧୀଙ୍କୁ ଧରିବାରେ ଏବଂ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ ବୋଲି ଥାନା ଅଧିକାରୀ କହିଛନ୍ତି । ଏଥିପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆସିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହଉଛି। ଏନେଇ ନବରଙ୍ଗପୁର ସ୍ଥାୟୀ ବାସିନ୍ଦା ତଥା ନବରଙ୍ଗପୁର ଜିଲ୍ଲା ପୂର୍ବତନ ଆଇନଜୀବୀ ସଂଘ ସଭାପତି କହିବା ଅନୁଯାଇ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନ ଉନ୍ନତି ମୂଳକ କାର୍ୟ୍ୟପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ସିସିଟିଭି କ୍ୟାମେରା ପାଇଁ ଅନୁଦାନ ପ୍ରଦାନ କରି ଅପରାଧକୁ ନିୟନ୍ତ୍ରଣ କରିବାରେ ପୁଲିସକୁ ସହାୟକ ହେବ ବୋଲି କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories