ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ; କ୍ଷତିପୂରଣ ଦାବିରେ ଡ଼ାକ୍ତରଖାନା ସମ୍ମୁଖରେ ଧାରଣା
ଏରସମା : ଗତକାଲି ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରତିବାଦରେ ଏରସମା ଡ଼ାକ୍ତରଖାନା ପରିସରରେ ଉତ୍ତେଜନା ପକାଶ ପାଇଛି।ଡ଼ାକ୍ତରଖାନା ଫାଟକ ଆଗରେ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକେ ଅବରୋଧ କରିବା ସହ ମୃତ ମହିଳାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଗିରଫ ଦାବି କରାଯାଇଛି ।ଘଟଣାସ୍ଥଳରେ ତିର୍ତ୍ତୋଲ ଏସଡିପିଓ ଦୀପକ ଜେନା, ଏରସମା ତହସିଲଦାର, ଏରସମା ବିଡ଼ିଓ, ଥାନା ଅଧିକାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚି ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରିଥିବାବେଳେ ଜିଲ୍ଲାପାଳ, ସିଡିଏମଓ ଆସି ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।ଆନ୍ଦୋଳନକାରୀଙ୍କ ସହ ସିପିଆଇ, ଭାରତୀୟ ଜନତା ପାର୍ଟି, କଂଗ୍ରେସ ଦଳର ଛାମୁଆ ନେତାମାନେ ରହି ଘଟଣାର ପ୍ରତିବାଦ କରିଛନ୍ତି। ଘଟଣା ସମ୍ପର୍କରେ ମେଡିକାଲ ପରିସରରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ
ଘଟଣାର ସମାଧାନ ପାଇଁ ଆଲୋଚନା କରୁଥିବା ଜଣାପଡିଛି ।
ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ବେଳେ ବିଗତ ଦିନରେ ଏକାଧିକ ମହିଳା ମୃତ୍ୟୁ ବରଣ କରିଥିବା ଅଭିଯୋଗ ରହିଛି।ସଂପୃକ୍ତ ଡାକ୍ତରଙ୍କ ଦ୍ୱାରା ଏକାଧିକ ବେଆଇନ କାର୍ଯ୍ୟ ଯୋଗୁଁ ରାହାମାରେ ଥିବା ଘରୋଇ ଡାକ୍ତରଖାନାରେ ବିଗତ ଦିନରେ ପୋଡାଜଳା ଓ ପ୍ରଶାସନ ସିଲ କରିବା ପରି ଘଟଣା ଘଟିଥିଲା।
ଏବେ ଚର୍ଚ୍ଚିତ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏରସମା ଥାନା ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତଙ୍କୁ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର କରି ଡାକ୍ତର ମାରିଦେଇଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିବାପରେ ପ୍ରଶାସନ ସହିତ ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରତିନିଧି ପିତବାସ ଗୋଛୟତ, ଏରସମା ବ୍ଲକ ଚେୟାରମ୍ୟାନ ପ୍ରଣବ ସ୍ୱାଇଁ, ସମାଜସେବୀ ନଳୀନ ସ୍ୱାଇଁ, ସସିକାନ୍ତ ପରିଡା, ବିଜେପି ଷ୍ଟେଟ ଭାଇସ୍ ପ୍ରେସିଡେଣ୍ଟ ନୃସିଂହ ସାହୁ ଓ ବହୁ ପ୍ରତିନିଧି ଆଲୋଚନା କରିବାପରେ ମୃତ ପରିବାରକୁ ୪ଲକ୍ଷ ଟଙ୍କା ଦେବା ଶହ ମନ୍ତ୍ରୀ ରଘୁନନ୍ଦନ ଦାସ ନିଜସ୍ୱ ତରଫରୁ ୧ଲକ୍ଷଟଙ୍କା ଦେବେ ବୋଲି ସାଂସଦ ପ୍ରତିନିଧି ପୀତବାସ ଗୋଛୟତ କହିଛନ୍ତି। ପ୍ରତିନିଧି ରେଡକ୍ରସ, ପାଣ୍ଠିରୁ ୩୦ହଜାର ଟଙ୍କା ଓ ପରିବାରକୁ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲ ।
Comments are closed.