www.samajalive.in
Monday, December 8, 2025
14.1 C
Bhubaneswar

୩୩ କେଭି ବିଦ୍ୟୁତ ତାରରେ ଲାଗିଗଲା ଲୁହାଛଡ଼, ଶ୍ରମିକ ମୃତ

ଭଂଜନଗର : ସ୍ଥାନୀୟ  ନିଳାଦ୍ରିବିହାର ସାହିର ୩ୟ ଲେନ୍‌ରେ  ଏକ ଘର କାମ ଚାଲିଥିବା ବେଳେ ଜଣେ ଶ୍ରମିକ ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି ।  ମୃତ ଶ୍ରମିକଙ୍କ ନାମ ଟୁନା ସ୍ୱାଇଁ ତାଙ୍କର ଘର ନିଗଟସ୍ଥ  ଗାମୁଣ୍ଡି ଗ୍ରାମ ବୋଲି ଜଣାପଡିଛି। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ଶ୍ରମିକ ଜଣକ ଲୁହା ଛଡ ଆଣିବା ପାଇଁ ଛାତ ଉପରକୁ ଯଇଥିବା ବେଳେ ଛାତ ସମ୍ମୁଖରେ ଯାଇଥିବା ୩୩ କେ.ଭି ବିଦ୍ୟୁତ ତାରରେ  ଲୁହାଛଡ ଲାଗି ଯାଇଥିଲା। ଲୁହାଛଡରେ ବିଦ୍ୟୁତ ପ୍ରବାହିତ ହୋଇ ଏହି  ଶ୍ରମିକ ଜଣଙ୍କ ଶରୀର ଜଳି ଉଡିଥିଲା। ଶ୍ରମିକଙ୍କ ଶରୀରର ଅର୍ଦ୍ଧଦଗ୍ଧ ହୋଇ ଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଂଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ଅପରାହ୍ନ ସାଢେ ୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories