www.samajalive.in
Saturday, December 13, 2025
14.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତା : କୋହଲି ବିଶ୍ୱର ଏକ ନମ୍ବର, ୨ୟ ସ୍ଥାନରେ ରୋହିତ

ଦୁବାଇ : ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ଯଦିଓ ଦିନିକିଆ ସିରିଜରେ ୧-୨ ପରାଜିତ ହୋଇଛି। କିନ୍ତୁ ଅଧିନାୟକ ବିରାଟ କୋହଲି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ମାନ୍ୟତା ବଜାୟ ରଖିଛନ୍ତି। ଆଇସିସିର ସଦ୍ୟ ମାନ୍ୟତାରେ କ୍ୟାପଟେନ କୋହଲି ଶୀର୍ଷରେ ରହିଛନ୍ତି । ବିରାଟ ଏହି ସିରିଜରେ ଦୁଇ ଅର୍ଦ୍ଧଶତକ (୮୯ ଏବଂ ୬୩ ରନ୍) ସହିତ ୮୭୦ ପଏଣ୍ଟ ସ୍କୋର କରି ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଭାବେ ଚଳିତ ବର୍ଷ ଶେଷ କରିବେ।

ଭାରତର ରୋହିତ ଶର୍ମା, ପାକିସ୍ତାନୀ ଅଧିନାୟକ ବାବର ଆଜମ, ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର ଏବଂ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି । ନିଜ ବ୍ୟାଟିଂରେ ସମସ୍ତଙ୍କୁ ଆକର୍ଷିତ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଶୀର୍ଷ -୫୦ରେ ପ୍ରବେଶ କରିଛନ୍ତି। କ୍ୟାରିୟର ଶ୍ରେଷ୍ଠ ୫୫୩ ପଏଣ୍ଟ ସଂଗ୍ରହ କରି ହାର୍ଦ୍ଦିକ ୪୯ ତମ ସ୍ଥାନରେ ପହଞ୍ଚିଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories