www.samajalive.in
Sunday, December 14, 2025
26.1 C
Bhubaneswar

ବାଚସ୍ପତିଙ୍କ ଅଡିଓ ଭାଇରାଲ ଘଟଣାର ତଦନ୍ତ ଦାବି

ବ୍ରହ୍ମପୁର: ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ବାର୍ତ୍ତାଳପର ଅଡିଓ ଭାଇରାଲ ଘଟଣାର ତଦନ୍ତ ଦାବି ହୋଇଛି । କାର୍ତିକ ସେଠି ନାମକ ଜଣେ ବ୍ୟକ୍ତି ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ବାଚସ୍ପତିଙ୍କ ଭଳି ଜଣେ ସାମ୍ବିଧାନିକ ବ୍ୟକ୍ତିଙ୍କ ବାର୍ତ୍ତାଳପ ରେକର୍ଡିଙ୍ଗ କରି ଭାଇରାଲ  କରିବା ଆଇନ ବିରୁଦ୍ଧ ବୋଲି ଅଭିଯୋଗରେ କୁହାଯାଇଛି । ତେଣୁ କିଭଳି ଏବଂ କିଏ ବାଚସ୍ପତିଙ୍କ ଅଡିଓ ରେକର୍ଡ ଭାଇରାଲ କଲା ତାହାର ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ବାଚସ୍ପତି ଓ କୁକୁଡ଼ଖଣ୍ଡିର ଜଣେ ଆଗଧାଡ଼ିର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଭାଇରାଲ ହୋଇଥିଲା । ସେଥିରେ ବାଚସ୍ପତି କୁକୁଡ଼ଖଣ୍ଡି ତହସିଲଦାର, ବିଡ଼ିଓଙ୍କ ବଦଳି ନେଇ ଓ ପାଠକ ମାମଲାରେ ମଧ୍ୟ ଆଲୋଚନା କରୁଥିଲେ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories