www.samajalive.in
Monday, December 8, 2025
24.1 C
Bhubaneswar

ଭାରତ ବନ୍ଦ ଯୋଗୁଁ ଆଠଗଡରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଆଠଗଡ : କେନ୍ଦ୍ର ସରକାରଙ୍କର ପାରିତ ହୋଇଥିବା ନୂତନ କୃଷି ଆଇନ ସମ୍ବଳିତ ବିଲ୍କୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଯୋଗୁଁ ଆଠଗଡରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାରର ଅଚଳ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶର ସମସ୍ତ କୃଷି ଓ ଚାଷୀ ସଂଗଠନ ଏହି ବନ୍ଦ ଡାକରା ଦେଇଥିବାବେଳେ ଏହାକୁ କଂଗ୍ରେସ ସମେତ ଦେଶର ୨୪ଟି ରାଜନୈତିକ ଦଳ ଓ ବହୁ ଶ୍ରମିକ ସଂଗଠନ ସମର୍ଥନ ଜଣାଇଥିଲେ। ଆଠଗଡରେ ଭାରତ ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ସ୍ୱତଃସ୍ପୃର୍ତ ଭାବେ ବନ୍ଦ ହୋଇଯାଇଥିବାବେଳେ ରାଜ୍ୟ ସରକାର କରୋନା ସଂକ୍ରମଣ ଆଳରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ସବୁକୁ ମଙ୍ଗଳବାର ବନ୍ଦ ଘୋଷଣା କରିଥିଲେ। ଆଠଗଡ କଂଗ୍ରେସ ଦଳ ପକ୍ଷରୁ ଚାନ୍ଦବାଲିଛକ ଠାରେ ବନ୍ଦକୁ ସମର୍ଥନ କରି ରାସ୍ତା ଉପରେ ଟାୟାର ଜାଳି ଓ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଜାମ୍ କରିଦେଇଥିଲେ। ଫଳରେ ବ୍ୟସ୍ତବହୁଳ ଚାନ୍ଦବାଲିଛକର ୩ଟି ରାସ୍ତାର ଉଭୟ ପାର୍ଶରେ ଶତାଧିକ ଟ୍ରକ୍ ଓ ଅନ୍ୟ ଯାନବାହାନ ଅଟକି ରହିଥିଲା। କଂଗ୍ରେସ କର୍ମୀମାନେ ଯୁବକଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ କେନ୍ଦ୍ରୀୟ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡିକ ସମ୍ମୁଖରେ ପିକେଟିଂ କରି ବନ୍ଦ କରିବାକୁ ବାଧ୍ୟ କରିଥିଲେ। ଚାନ୍ଦବାଲିଛକ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସାଧାରଣ ସଂପାଦକ ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପହଞ୍ôଚ ଆନ୍ଦୋଳନକାରୀ କଂଗ୍ରସ କର୍ମୀଙ୍କୁ ଉତ୍ସାହିତ କରିବା ସହ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଉଦ୍୍ବୋଧନ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଏହି ତୃଟିପୂର୍ଣ୍ଣ କୃଷି ନୀତି ଓ ବିବାଦୀୟ ବିଲ୍ କୃଷକମାନଙ୍କ ସ୍ୱାର୍ଥ ବିରୋଧୀ ଏବଂ ଶିଳ୍ପପତି ଓ ପୁଞ୍ଜିପତିଙ୍କୁ ସୁହାଇବା ଲାଗି ଅଭିପ୍ରେତ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ଯୁବକଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ, ସଂପାଦକ ବିକ୍ରମ ରାୟସାମନ୍ତ, ବରିଷ୍ଠ ନେତା ସୁଦର୍ଶନ ସାହୁ, ସୁନିଲ ସୁତାର, ମଙ୍ଗୁଳି ପାଣି ପ୍ରମୁଖ ଉଦ୍ବୋଧନ ଦେଇ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଚନ୍ଦନ ସାହୁ, ଚନ୍ଦନ ଦଳେଇ, ଶିରିଶ ଧଳ, ଅବିନାଶ ପ୍ରଧାନ, ଅଜୟ ନାଥଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ପ୍ରତିଛବିରେ ଅଗ୍ନି ସଂଯୋଗ କରି ପୋଡି ଥିଲେ। ତେବେ ଏହି ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ପରେ ଆଠଗଡରେ ଜୀବନଯାତ୍ରା ସ୍ୱଭାବିକ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories