www.samajalive.in
Thursday, December 11, 2025
26.1 C
Bhubaneswar

କୃଷକ ନେତା-ଶାହା ବୈଠକ ଆରମ୍ଭ, ହଁ-ନାଁରେ ଜବାବ ମାଗିବେ ୧୩ କୃଷକ ନେତା

ଆଜି ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିବା ବେଳେ କିଛି ସମୟ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ବୈଠକ ଆରମ୍ଭ ହୋଇଛି। ଆଜିର ବୈଠକରେ ୧୩ ଜଣ କୃଷି ନେତା ଉପସ୍ଥିତ ଅଛନ୍ତି। ସନ୍ଧ୍ୟାରେ ବୈଠକ ହେବାର ଥିଲେ ମଧ୍ୟ ବୈଠକ ପାଇଁ ନିର୍ଦ୍ଧାରିତ ସ୍ଥାନ ବଦଳିବା ଯୋଗୁ ବୈଠକରେ ବିଳମ୍ବ ଘଟିଛି।

ବୈଠକରେ ଯୋଗ ଦେଇଥିବା ୧୩ ଜଣ କୃଷକ ନେତା ହେଉଛନ୍ତି ରାକେଶ ଟୀକାୟତ, ଗୁରୁନାମ ଚଢ଼ୁନି, ହନନ ମୁଲ୍ଲା, ଶିବ କୁମାର ହକ୍କା, ବଲବୀର ସିଂ, ଜଗଜିତ ସିଂ, ରୁଲଦୁ ସିଂ ମାନସା, ବୂଟା ସିଂ ବୁର୍ଯୁଗିଲ, ମଞ୍ଜିତ ସିଂ ରାୟ, ହରିନ୍ଦର ସିଂ ଲଖୱାଲ, ଦର୍ଶନ ପାଲ, କୁଲୱନ୍ତ ସିଂ ସାନ୍ଧୁ ଓ ଭୋଗ ସିଂ ମାନସା। ତେବେ ବୈଠକ ସ୍ଥଳୀରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଜଣେ କୃଷକ ନେତା ବୈଠକରେ ଭାଗ ନେଉନଥିବା ଜଣାପଡିଛି।

- Advertisement -

ପ୍ରଥମେ ନର୍ଥ ବ୍ଲକରେ ବୈଠା କରାଯିବ ପାଇଁ ସ୍ଥିର କରାଯାଇଥିବା ବେଳେ ପରେ ଅମିତ ଶାହାଙ୍କ ବାସଭବନରେ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ପୁଣି ଥରେ ଏହି ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ବୈଠକ ପୁସା ସଂସ୍ଥାନରେ ହେଉଛି। ଭାରତୀୟ କିସାନ ୟୁନିଅନ ମୁଖପାତ୍ର ରାକେଶ ଟୀକାୟତ ନିଜ ସାଥି କୃଷକ ନେତାଙ୍କ ସହ ପ୍ରଥମେ ଅମିତ ଶାହାଙ୍କ ବାସଭବନରେ ପହଂଚି ଯାଇଥିଲେ କିନ୍ତୁ ପରେ ସେମାନଙ୍କୁ ପୁସା ସଂସ୍ଥାନକୁ ଯିବାକୁ ପଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆଜିର ବୈଠକରେ କୃଷକ ନେତାମାନେ ମନ୍ତ୍ରୀ ଅମିତ ସାହାଙ୍କ ଠାରୁ କେବଳ ହଁ ଓ ନାଁରେ ଜବାବ ମାଗିବେ। ସିନ୍ଧୁ ସୀମାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ଆର.ଏସ. ମନସା କହିଛନ୍ତି ଯେ ବୈଠକରେ କୌଣସି ମଧ୍ୟବର୍ତ୍ତିକାଳୀନ ସମାଧାନ ନେଇ ଆଲୋଚନାକୁ ଗୁରୁତ୍ୱ ଦିଆଯିବ ନାହିଁ, ସେମାନେ କେବଳ ମନ୍ତ୍ରୀଙ୍କ ଠାରୁ ଗୋଟିଏ ଉତ୍ତର ଚାହିଁବେ ଓ ତାହା ହେଉଛି ହଁ କି ନାଁ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories