www.samajalive.in
Thursday, December 11, 2025
14.1 C
Bhubaneswar

ବନ୍ଦ ହେବ ନାହିଁ ଫସଲର ସହାୟକ ମୂଲ୍ୟ ଓ ମଣ୍ଡି; ଚାଷୀମାନେ ବିଭ୍ରାନ୍ତିକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର

ନୂଆଦିଲ୍ଲୀ: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରାମର୍ଶ ଦେଇଛନ୍ତି । ଶ୍ରୀ ତୋମାର ଟ୍ବିଟ୍ କରି କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ କୃଷି ନିୟମ ପ୍ରଣୟନ କରିଛନ୍ତି ତାହାଦ୍ବାରା ଚାଷୀଙ୍କ ଜୀବନରେ ସମୃଦ୍ଧି ଆସିବ । ତେଣୁ ବିଭ୍ରାନ୍ତିକର ପ୍ରଚାର ଓ ଅରାଜକବାଦୀ ଶକ୍ତି ଦ୍ବାରା କରାଯାଉଥିବା ପ୍ରଚାରରୁ ଚାଷୀମାନେ ଦୂରେଇ ରୁହନ୍ତୁ । ଆଜି ଚାଷୀମାନେ ଭାରତ ବନ୍ଦ ଡ଼ାକରା ଦେବା ପରେ ଆସନ୍ତାକାଲି ପୁଣିଥରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ତୋମାର କହିଛନ୍ତି ଯେ ଚାଷୀମାନେ ଯେଉଁଠି ଚାହିଁବେ ସେଠାରେ ନିଜ ଫସଲ ବିକ୍ରି କରିପାରିବେ । ନୂତନ କୃଷି ସଂସ୍କାର ଆଇନ କୃଷକଙକ ଜୀବନକୁ ଅଧିକ ସ୍ବାଚ୍ଛନ୍ଦ୍ୟ କରିବ । ଦେଶରେ ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିନିଯୋଗ ବୃଦ୍ଧି ପାଇବ ଏବଂ କୃଷକମାନେ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ପାଇପାରିବେ । ତେଣୁ  ସମାଜକୁ ବିଭାଜନ କରୁଥିବା ଶକ୍ତିଗୁଡିକ ଓ ରାଜନୈତିକ  ପ୍ରଚାରରୁ ଚାଷୀମାନେ ଦୂରେଇ ରୁହନ୍ତୁ ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories