www.samajalive.in
Wednesday, December 10, 2025
14.1 C
Bhubaneswar

ସମ୍ବଲପୁରରେ ଭାରତ ବନ୍ଦକୁ ସମର୍ଥନ

ସମ୍ବଲପୁର : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ଦାବିପୁରଣ ପାଇଁ ରାଜି ନ ହେବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ କରାଯାଉଛି। ଭାରତୀୟ କିଷାନ ୟୁନିୟନ ସହିତ ପ୍ରାୟ ୪୦ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ବିରୋଧୀ ଦଳ କଂଗ୍ରେସ ସମେତ ବହୁ ରାଜନୈତିକ ଦଳ, ଶ୍ରମିକ ସଂଗଠନ ସଂଘ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଓଡିଶା ରାଜ୍ୟରେ କଂଗ୍ରେସ ଦଳ ବନ୍ଦକୁ ସମର୍ଥନ କରିଥିବା ବେଳେ ରାଜ୍ୟ ସରକାର ବନ୍ଦ ପାଇଁ ସମସ୍ତ ସରକାରୀ କାଯ୍ୟାଳୟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କ୍ରମରେ ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ଠାରେ ଚାଷିଙ୍କ ଭାରତ ବନ୍ଦକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ତରଫରୁ ସମର୍ଥନ କରାଯାଇଛି । ଚାଷି ସଂଗଠନର ସଭ୍ୟ ମାନେ ଜିଲାର ଗୋଶାଳା ଛକ, ମାଝିପାଲି ଛକ ରେ ରାସ୍ତାରୋକ କରିବା ସହ ବାମରା, କୁଚିଣ୍ଡା, ଜମନକିରାରେ ଆନ୍ଦୋଳନ କରିଥିବା ଦେଖାଦେଇଥିଲା । ଚାଷିମାନେ ଆନ୍ଦୋଳନ ମାଧ୍ୟମରେ ସ୍ୱାମୀ ନାଥନ କମିସନ ସୁପାରିସ କାଯ୍ୟକାରି କରିବା ,ସର୍ବନିମ୍ନ ସହାୟକ ମୁଲ୍ୟକୁ ଆଇନଗତ ସିକୄତି ପ୍ରଦାନ , ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା, କଟନି ଛଟନି ବନ୍ଦ, ଭାଗ ଚାଷୀଙ୍କୁ ମାନ୍ୟତା ସହ ସର୍ବୋପରି ନୂତନ କୄଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏଥିସହ ସମ୍ବଲପୁର ରେ ଥିବା ସମସ୍ତ କେନ୍ଦ୍ରୟ ଶ୍ରମିକ ସଂଗଠନ ,ସମ୍ବଲପୁର ଜିଲ୍ଲା କଂଗ୍ରେସ, ସିଭିଲ ସୋସାଇଟି ସମ୍ବଲପୁର ର ସବୁ ସଭ୍ୟ ମାନେ ସହର ବିଭିନ୍ନ ଛକ ମାନଙ୍କରେ ଏକତ୍ରିତ ହୋଇ କୄଷି ଆଇନ ବିରୋଧ ରେ ଦିଆଯାଇଥିବା ବନ୍ଦକୁ ସମର୍ଥନ କରି ପ୍ରତିବାଦ କରଥିଲେ । ସମ୍ବଲପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଲିଛି। ସମ୍ବଲପୁର ସହରରେ ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଟାନ,ପେଟ୍ରୋଲ ପମ୍ପ, ବ୍ୟାଙ୍କ ସପିଙ୍ଗମଲ ଗୁଡିକ ସ୍ବତପ୍ରବୃତ ବନ୍ଦ ରହିଥିବା ବେଲେ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ଗୋଲବଜାର, କ୍ଷେତରାଜପୁର ଶୂନଶାନ ଥିବା ଦେଖିବାକୁ ମିଲିଛି । ଏ ପର୍ୟ୍ୟନ୍ତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବାର ଦେଖାଯାଉଛି। ବନ୍ଦକୁ ଧ୍ୟାନରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories