www.samajalive.in
Wednesday, December 10, 2025
14.1 C
Bhubaneswar

ରାଷ୍ଟ୍ରୀୟ ପ୍ରଗତି ପାଇଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆବଶ୍ୟକ

‌ଭୁବନେଶ୍ୱର:‌ ରାଷ୍ଟ୍ରୀୟ ପ୍ରଗତି ପାଇଁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ଦେଶବ୍ୟାପୀ ଉଦ୍ୟମ କରିବା ଆବଶ୍ଯକ ବୋଲି ବିଜ୍ଞାନ ଓ ବୈଷୟିକ ଯୋଗାଯୋଗ ଜାତୀୟ ପରିଷଦ, NCSTC ର ରାଷ୍ଟ୍ରୀୟ କୁଶଳୀ ମାନବ ସମ୍ବଳ ଡାକ୍ତର ନରେନ୍ଦ୍ର ନାୟକ କହିଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ପ୍ରସାରଣ ଗଣମାଧ୍ୟମର ଜାତୀୟ ଏକାଡେମୀ, NABM ଠାରେ ଆୟୋଜିତ ଏକ ଚାରି ଦିନିଆ ରାଜ୍ଯ ସ୍ତରୀୟ କର୍ମଶାଳା ଉଦ୍ଘାଟନ ଅବସରରେ ଡ.ନାୟକ କହିଛନ୍ତି ଯେ ସିଭି ରମଣଙ୍କ ପରେ ଏପର୍ଯ୍ୟନ୍ତ ବିଜ୍ଞାନରେ ଭାରତୀୟ ବୈଜ୍ଞାନିକ ମାନେ ନୋବେଲ ପୁରସ୍କାର ନପାଇବା ଏକ ଗୁରୁତର ବିଷୟ। ସେଥିପାଇଁ ବିଜ୍ଞାନର ପ୍ରଚାର ଓ ପ୍ରସାର ଆବଶ୍ୟକ ବୋଲି ଡ.ନାୟକ ମତ ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ୍ ଡ.ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଅନ୍ଧବିଶ୍ୱାସର ବ୍ୟାପକ ପ୍ରସାର ଯୋଗୁ ବୈଜ୍ଞାନିକ ଚେତନା ଲୋକମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। କାର୍ଯ୍ୟ ସହ କାରଣର ସମ୍ପର୍କ ଯୋଡାଗଲେ ଆମ ଦେଶର ଛାତ୍ର ସମାଜ ପ୍ରକୃତିର ରହସ୍ଯ ଉନ୍ମୋଚନ କରିପାରିବେ ବୋଲି ସେ ମତ ଦେଇଛନ୍ତି। ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା ବୈଜ୍ଞାନିକ ସଚେତନତା କାର୍ଯ୍ୟକ୍ରମରେ ଗଣ ଯୋଗାଯୋଗ ସମ୍ପର୍କିତ କୌଶଳ ଗୁଡିକର ପ୍ରୟୋଗ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜକ ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବ ସନ୍ତରାଗାଡିଆ, ବାଲେଶ୍ଵରର ସଭାପତି ତଥା ବିଜ୍ଞାନ ସଂଚାରକ ଇଂ.ମିଲନ କୁମାର ରାଉଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ଅନ୍ଧବିଶ୍ୱାସ ଦୂରୀକରଣ ଓ ଅଲୌକିକ ଅନାବରଣ ନିମିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏହି କାର୍ଯକ୍ରମରେ ମାନବ ସମ୍ବଳର ପ୍ରଶିକ୍ଷକ ଭାବରେ ବଲାଙ୍ଗିରରୁ ଅନିଲ କୁମାର ନନ୍ଦ, ବରଗଡ଼ରୁ ସଞ୍ଜୀବ କୁମାର ପ୍ରଧାନଙ୍କ ସମେତ ବିଜ୍ଞାନ କ୍ଲବର ସଦସ୍ଯ ମାନସ କୁମାର ରାଉଳ, ଡ.ସ୍ମିତାପ୍ରଭା ମିଶ୍ର, ଅମରେନ୍ଦ୍ର ବେହେରା ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଚାରି ଦିନିଆ ମାନବ ସମ୍ବଳ ତାଲିମ କାର୍ଯ୍ୟକ୍ରମରେ କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ,କେନ୍ଦୁଝର, ଯାଜପୁର ଜିଲ୍ଲାରୁ ୫୩ ଜଣ ବିଜ୍ଞାନ ଶିକ୍ଷକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଲୌକିକ ଅନାବରଣ କୌଶଳ ପ୍ରଦାନ ସହିତ ଗଣଯୋଗାଯୋଗ କ୍ଷେତ୍ରର କୌଶଳ ପ୍ରଦାନ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories