www.samajalive.in
Tuesday, December 9, 2025
15.1 C
Bhubaneswar

ତୈଳ ଉପରେ ଅତିରିକ୍ତ ଟିକସ, ଭଡା ବୃଦ୍ଧିର କାରଣ – ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ବସ ଭଡାରେ ମଧ୍ୟ ବୃଦ୍ଧି କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର ଉପରେ ଅତିରିକ୍ତ ଟିକସ ଭଡା ବୃଦ୍ଧିର ମୁଖ୍ୟ କାରଣ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଅର୍ଥନୈତିକ ସଂକଟ ଭିତରେ ତୈଳଦର ନିୟନ୍ତ୍ରଣ କରିପାରିବେ।  ବର୍ତ୍ତମାନ ତୈଲ ଦର ଲିଟର ପିଛା ୮୦ ଟଙ୍କା ଅତିକ୍ରମ କରିଛି। ଯଦି ପ୍ରକୃତ ଦର ଦେଖାଯାଏ ଆଜି ଡିଜେଲ ଲିଟର ପ୍ରତି ୨୯ଟଙ୍କା ୦୮ ପଇସା ରହିଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ୩୧ଟଙ୍କା  ୮୩ ପଇସା, ରାଜ୍ୟ ସରକାର ଭାଟ ବାବଦରେ ୧୭ଟଙ୍କା ୫ପଇସା, ଡିଲର କମିଶନ ୨ ଟଙ୍କା ୫୨ ପଇସା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ୪୯ଟଙ୍କା ଗ୍ରାହକଙ୍କଠାରୁ ନେଇଥାନ୍ତି। ଗତ ମେ ୬ ତାରିଖରେ କେନ୍ଦ୍ର ସରକାର କୋଭିଡ ପାଇଁ ୧୩ଟଙ୍କା ଏବଂ ସେହି ମାସ ୧୭ ତାରିଖରେ ରାଜ୍ୟ ସରକାର ୧ଟଙ୍କା ୨ ପଇସା ଅତିରିକ୍ତ ଟିକସ ନେଉଛନ୍ତି। ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବାବଦରେ ଲିଟର ପିଛା ୧୫ଟଙ୍କା ଛାଡ କରିଦିଅନ୍ତି ତେବେ ତୈଳଦରରେ ବୃଦ୍ଧି ଘଟନ୍ତା ନାହିଁ। ଏଥିସହ ଯାତ୍ରୀ ଭଡା ଓ ଅନ୍ୟାନ୍ୟ ମାଲ ପରିବହନ ଖର୍ଚ୍ଚ ବୃଦ୍ଧି ନ ହୋଇ ଦରଦାମ ଉପରେ ନିୟନ୍ତ୍ରଣ ରଖାଯାଇ ପାରନ୍ତା ବୋଲି ଶ୍ରୀ ନାୟକ କହିଛନ୍ତି। ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମାତ୍ର ଏହାକୁ ପ୍ରାଥମିକତା ନ ଦେଇ ରାଜ୍ୟ ସରକାର ସ୍ବୟଂକ୍ରିୟ ପ୍ରକ୍ରିୟା ଦ୍ବାରା ବସଭଡା ବୃଦ୍ଧି କରିଛନ୍ତି। ଫଳରେ ଯାତ୍ରୀଭଡା ବୃଦ୍ଧି ପାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories