www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣାରେ ଏକ ଦିବସୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା, ରାଇସୁଆଁ ଚମ୍ପିୟାନ

ପାଟଣା: ସ୍ଵାମ୍ ପାଟଣା ଭଲିବଲ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଏକ ଦିବସୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତାର ଫାଇନାଲ ଗତରାତି ରାଇସୁଆଁ ଓ କେନ୍ଦୁଝର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଇସୁଆଁ ଟିମ୍ ଚମ୍ପିୟାନ ହୋଇଛି। ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ବିବେକାନନ୍ଦ ଦାଶ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସ୍ତରୀୟ ପୁଟବଲ୍ ରେଫରୀ ପ୍ରମୋଦ କୁମାର ଭଞ୍ଜଦେଓ, ଶିକ୍ଷାବିତ ଶାନ୍ତନୁ କୁମାର ସାହୁ ଓ ସତ୍ୟଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଚମ୍ପିୟାନ ରାଇସୁଆଁ ଟିମକୁ ପୁରସ୍କାର ଆକାରରେ ନଗତ ୫ ହଜାର ଟଙ୍କା ଓ ରନର୍ସ ଅପ୍ କେନ୍ଦୁଝର ଟିମକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଉଦଯାପନ ଉତ୍ସବରେ ଧର୍ମେନ୍ଦ୍ର କୁମାର ସାହୁ, ପାର୍ଥ ସାରଥୀ ବେଜ୍ ଓ ଶରତ ମିଶ୍ରଙ୍କ ସହ ଭଳି ଆସୋସିଏସନର ସମସ୍ତ ସଦସ୍ୟମାନେ ଉଦଯାପନ ଉତ୍ସବରେ ସାମିଲ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories