www.samajalive.in
Wednesday, December 10, 2025
23.1 C
Bhubaneswar

କାଗଜପତ୍ର ନୁହେଁ ସୁରକ୍ଷାକୁ ଗୁରୁତ୍ବ : ଜାନୁଆରୀ ପହିଲାରୁ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର  : ଜାନୁଆରୀ ପହିଲାରୁ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କୁ ଆଉ ନିସ୍ତାର ନାହିଁ। ରାଜ୍ୟର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୪୧ ପ୍ରତିଶତ ହୋଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ସଡ଼କ ସୁରକ୍ଷା ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାଇକ୍‌ ପଛରେ ବସିଥିବା ଯାତ୍ରୀ ହେଲ୍‌ମେଟ୍‌ ନ ପିନ୍ଧିଲେ ବାଇକ୍‌ ଆରୋହୀଙ୍କ ଲାଇସେନ୍ସକୁ ତିନି ମାସ ପାଇଁ ବାତିଲ୍‌ କରାଯିବ। ସେହିପରି ଯେଉଁ ଗାଡ଼ିଚାଳକ ହେଲ୍‌ମେଟ୍‌ ବା ସିଟ୍‌ବେଲ୍ଟ ପିନ୍ଧି ନ ଥିବେ, ଦ୍ରୁତଗତିରେ ଗାଡ଼ି ଚଳାଉଥିବେ, ବାଇକ୍‌ରେ ୩ ଯାତ୍ରୀ ଥିଲେ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିଲେ, ଟ୍ରାଫିକ୍‌ ଛକରେ ନାଲି ଆଲୋକ ନିୟମକୁ ଭାଙ୍ଗୁଥିଲେ ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ୩ ମାସ ବାତିଲ୍‌ କରାଯିବାର ନିୟମ ହୋଇଛି।

ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ପୁଲିସ ଜୋରିମାନା ଏବଂ ଲାଇସେନ୍ସ ବାତିଲ୍‌ କରିବାର କ୍ଷମତାପ୍ରାପ୍ତ ହୋଇଛନ୍ତି। ଗାଡିର କାଗଜପତ୍ର ଯାଞ୍ଚ ଅପେକ୍ଷା ଉପରୋକ୍ତ ଦିଗ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ହୋଇଥିବା ରାଜ୍ୟ ସଡ଼କ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ପାଇଁ ଗଠିତ କମିଟି କିଛି ଦିନ ତଳେ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟର ସଡ଼କ ସୁରକ୍ଷା ସ୍ଥିତି ସମ୍ପର୍କିତ ତଥ୍ୟ ଲୋଡିଥିଲା। ଏନେଇ ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନସଚିବ ନିର୍ଦେଶକ୍ରମେ ହେଲ୍‌ମେଟ୍‌ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା।

- Advertisement -

ସେହିପରି ଜାନୁଆରୀ ପହିଲାରୁ ପିଲିଅନ୍‌ ରାଇଡର ବା ବାଇକ୍‌ ପଛରେ ବସିଥିବା ଯାତ୍ରୀ ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ପରିବହନ କମିସନର ସଞ୍ଜୀବ ପଣ୍ଡା। ପିଲିଅନ୍‌ ରାଇଡରଙ୍କ୍ୁ ନେଇ ନିୟମ ଓ ଅନ୍ୟ ସମସ୍ତ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଲାଗୁ ହୋଇଛି। ଇତିମଧ୍ୟରେ ଶହ ଶହ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ହୋଇସାରିଛି। ଅନେକ ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ନେଇ ସୂଚନା ଦିଆଯାଇଛି। ସୂଚନା ପାଇବା ସତ୍ତ୍ବେ ଯଦି ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ କରିବା ବେଳେ ଧରାପଡନ୍ତି ତେବେ ସେମାନଙ୍କ ପାଇଁ ଆଇନ୍‌ରେ କଠୋର ବ୍ୟବସ୍ଥା ରହିଛି। ଅଧିକ ଜୋରିମାନା ସହ କାରାଦଣ୍ଡ ଭୋଗିବା ନେଇ ଆଇନ୍‌ରେ ବ୍ୟବସ୍ଥା ରହିଛି ବୋଲି ପରିବହନ କମିସନର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories