www.samajalive.in
Sunday, December 14, 2025
18.1 C
Bhubaneswar

ହଜି ଯାଉଛି ନାଥ ଯୋଗୀଙ୍କ ଗୀତ ଓ ପରମ୍ପରା

ସୁଆଣ୍ଡୋ : ଆଉ ଗାଁ ମାନଙ୍କରେ ଦେଖିବାକୁ ମିଳୁନାହାନ୍ତି ନାଥ ଯୋଗୀ । ତାଙ୍କ ତୁଣ୍ଡର ଭଜୁ କିନା ରାମ ନାମରେ କୁମର… ଗୀତ ଶୁଣିବାକୁ ମିଳୁନି। ରବିବାର ଗୋଟିଏ ଗ୍ରାମରେ ଜନୈକ ଇନ୍ଦ୍ରମଣି ନାଥଙ୍କ ଗୀତ ଶୁଣି ତାଙ୍କୁ ଭେଟିଥିଲୁ ।  ସେ କୁହନ୍ତି – ପନ୍ଦର ବର୍ଷ ବୟସରୁ ବାପାଙ୍କ ସହିତ ଏହି ବୃତ୍ତି କରି ଟିକା ଗୋବିନ୍ଦଚନ୍ଦ୍ର ଗୀତ ଗାଇ ଆସୁଛି। ଏବେ ମତେ ସତୁରି ବର୍ଷ ବୟସ। ଗୋଟିଏ ବୋଲି ପୁଅ। ସେ କୌଳିକ ବୃତ୍ତି କରିବାକୁ ମନା କରିଦେଲା। ଲାଉ ତୁମ୍ବା, ଆଶାବାଡି ଧରି ଗେରୁଆ ଲୁଗା ପିନ୍ଧି ଗାଁ କୁ ଗାଁ ବୁଲି ଏହି ବୃତ୍ତି କରି ଆସୁଛନ୍ତି। ଚାଉଳ ପଇସା ପରିବା ଆଦି ଯିଏ ଯାହା ଦେଲା ତାକୁ ଆଦରରେ ଗ୍ରହଣ କରିଥାନ୍ତି। ଗାଁ ଚାହାଳିରେ ତାଙ୍କର ବର୍ଣ୍ଣ ପରିଚୟ ହୋଇଛି ବୋଲି କହନ୍ତି। ସହସ୍ରାଧିକ ମାନସିକ ଶିଶୁଙ୍କୁ ଦୀକ୍ଷା ଦେଇଛି। କୂଳର ପିଲାମାନେ ନିଜର କୌଳିକ ବୃତ୍ତିକୁ ଆପଣେଇବାକୁ ଅନିଚ୍ଛୁକ। ଯାହା ଜଣାଗଲେଣି ଏହି ଯୋଗୀ ପରମ୍ପରା ଆଉ ଗୋବିନ୍ଦଚନ୍ଦ୍ର ଗୀତର ସ୍ୱର କୁ ଭିଡିଓ ରେକର୍ଡିଙ୍ଗ କରି ରଖାଯିବ। ଭବିଷ୍ୟତ ପିଢି ଏହାକୁ ଦେଖି କହିବେ ଆମ ଓଡିଶାରେ ନାଥଯୋଗୀ ଗୀତ ଏହିପରି ରହିଥିଲା। ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ କଳାକାର ଭତ୍ତା ମିଳିନି ବୋଲି କହନ୍ତି। ସେ ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ମିଟେଇ ପୁର ଗ୍ରାମ ବାସିନ୍ଦା ବୋଲି କହିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories