କଣ୍ଟାବାଞ୍ଜି : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକାରେ ପଞ୍ଚାୟତସ୍ତରୀୟ ସ୍ୱାସ୍ଥ୍ୟ ବୈଠକ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପ୍ରକୃତି ବନ୍ଧୁ ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ନାଏବ ସରପଞ୍ଚ ସୁକଚନ ପୁଟେଲ, ମାଳି ସମାଜ ସଭାପତି କବିରାଜ ପୁଟେଲ, ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର ନିମୋନିଆ ସଚେତନତା ଉପରେ ଆଲୋକପାତ କରିଥିଲେ। ତୁରେକେଲା ଏକ ମେଲେରିଆ ପ୍ରବଣ ବ୍ଲକ ହୋଇ ଥିବାରୁ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ମଶାରୀ ବଣ୍ଟନ କରାଯିବ। ଏଣୁ ଆମେ ସମସ୍ତେ ମଶାରୀର ସୁବ୍ୟବହାର ଉପରେ ଲୋକଙ୍କୁ ବୁଝେଇବାକୁ ଅନୁରୋଧ କରିଥିଲେ। ସଭାରେ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଅବନ୍ତୀ ପୁଟେଲ,ରଶ୍ମିତା ଲୁହା,ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ,ଜେମାମଣୀ କଲେତ,ଈନ୍ଦୁମତୀ ମାଝୀ ତଥା ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା, ୱାର୍ଡମେମ୍ବର ଆଦି ଉପସ୍ଥିତ ଥିଲେ।
Popular Categories



