ଟିଟିଲାଗଡ଼ : ଟିଟିଲାଗଡ ନେହେରୁ ନଗର ସ୍ଥିତ ଏସ୍ସିଡି ପକ୍ଷରୁ ଭିନ୍ନକ୍ଷମ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏସସିଡି ବିଦ୍ୟାଳୟ ପକ୍ଷରୁ ସମ୍ପାଦିକା ଅଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ ସହାକାରୀ ଜିଲାପାଳ କର୍ଣ୍ଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ୟଙ୍ଗ କବି ଟିକେଲାଲ ବେହେରା ମୁଖ୍ୟବକ୍ତା ଓ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଏସସିଡି ପ୍ରକଳ୍ପ ନିର୍ଦ୍ଦେଶକ ଏମ୍ଏମ୍ ଦାଶ, କୋଷାଧ୍ୟକ୍ଷ ତାପସ ମହାରଣା, ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ବିଦ୍ୟାଳୟ ଶିକ୍ଷକ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏଅବସରରେ ଭିନ୍ନକ୍ଷମଙ୍କ ଅଧିକାର ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
Popular Categories

