www.samajalive.in
Friday, December 12, 2025
19.1 C
Bhubaneswar

ସମ୍ବଲପୁରରେ ଚାଷୀ ଆନ୍ଦୋଳନ : ଚାଷୀଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ବିଭିନ୍ନ ଦାବି ପୁରଣକୁ ନେଇ ଶନିବାର ସକାଳୁ ଅନିର୍ଦ୍ଧିଷ୍ଟ କଲା ପାଇଁ ଆନ୍ଦୋଳନରତ ଚାଷୀ ମାନଙ୍କୁ ଶେଷରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପୁଲିସ ଗିରଫ କରି ବନ୍ଦଥିବା ଜାତୀୟ ରାଜପଥକୁ ଅବରୋଧ ମୁକ୍ତ କରିଛି । ସନ୍ଧ୍ୟା ସମୟରେ ପୁଲିସ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନଙ୍କ ସମେତ ମୁରାରି ପୁରୋହିତ, ହରିଶଙ୍କର ପୁରୋହିତ, ସରୋଜ ମହାନ୍ତି, ଦେବେନ୍ଦ୍ର ପ୍ରଧାନ, ଶାନ୍ତନୁ ପ୍ରଧାନ, ଚନ୍ଦ୍ରକାନ୍ତ ପଣ୍ଡା, ବ୍ୟୋମକେଶ ଠାକୁର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ମନବୋଧ ବାରିକ, ଅଶ୍ୱିନୀ ହୋତା, ନରେନ୍ଦ୍ର ମିଶ୍ର, ଜଗଦାନନ୍ଦ ନାୟକ, ସଂଜୀବ ବାରିକ, ଦୋଳଗୋବିନ୍ଦ ନାୟକ, ମନୋଜ ବାରିକ, ଦିଲୀପ ମହାପାତ୍ର, ସୁଶୀଲ ପଟେଲ, ସଂଜୀବ ବାରିକ, ବଂଶୀଧର ପ୍ରଧାନ, ଦିଲୀପ ସାହୁ, ଲଷ୍ମୀନାରାୟଣ ଛତ୍ରିଆ ଙ୍କ ସମେତ ପ୍ରାୟ ଶତାଧିକ ଚାଷୀ ନେତା ଓ ଚାଷୀ ମାନଙ୍କୁ ପୁଲିସ ଉଠାଇ ନେଇ ସଦର ଥାନାରେ ଅଟକ ରଖିଛି । ଅନ୍ୟପଟରେ ସଦର ଏସଡିପିଓ ତପନ ମହାନ୍ତି ୧୫ ଜଣ ଚାଷୀ ନେତାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି । ପୁଲିସ ମୃଦୁ ବଳ ପ୍ରୟୋଗ କରି ଆନ୍ଦୋଳନରତ ଚାଷୀ ମାନଙ୍କୁ ଉଠାଇ ନେବା ଘଟଣାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରାଯାଉଛି ।

ସୂଚନା ଯୋଗ୍ୟ ଯେ, ଓଡିଶା କୄଷକ ସଂଗଠନ ସମନ୍ବୟ ସମିତିର ଡ଼ାକରାରେ ଶନିବାର ସମଗ୍ର ପଶ୍ଚିମାଞ୍ଚଳରେ ଚାଷୀ ମାନେ ଦାବିପୂରଣ ପାଇଁ ରାଜ ରାସ୍ତାକୁ ଓହ୍ଲାଇଥିଲେ. ବିଭିନ୍ନ ଜିଲ୍ଲାରେ ଆଜି ଆନ୍ଦୋଳନ କରି ଚାଷୀ ସଂଗଠନ ମାନେ ରାଜରାସ୍ତା ବନ୍ଦ କରିଥିଲେ. ତେବେ ପଶ୍ଚିମ ଓଡ଼ିଶାରେ ସନ୍ଧ୍ୟା ପରେ ପୁଲିସ ଚାଷୀ ମାନଙ୍କୁ ହଟାଇବା ଆରମ୍ଭ କରିଛି ।

- Advertisement -

ସମ୍ବଲପୁର ଜିଲ୍ଲାରେ ଦାବି ପୁରଣ ପାଇଁ ସିନ୍ଦୁରପଙ୍କ ନିକଟସ୍ଥ ଚୌଧୁରୀ ଛକ ରେ ଆନ୍ଦୋଳନ କରୁଥିଲେ । ସେମାନେ ନିଜସ୍ଵ ଉତ୍ପାଦିତ ଧାନ କୁ ବସ୍ତାରେ ଭର୍ତି କରି ଟ୍ରାକ୍ଟର ଓ ଟ୍ରକରେ ଆଣି ରାସ୍ତା ରୋକ କରିଥିଲେ । ଏହି ଆନ୍ଦୋଳନରେ ସମ୍ବଲପୁର ଜିଲାର ଶତାଧିକ ଚାଷୀ ସାମିଲ ହୋଇଥିଲେ । ଚାଷୀ ସଂଗଠନ ପକ୍ଷରୁ ପୂର୍ବରୁ ଚାଷୀଙ୍କ ବିଭିନ୍ନ ଦାବି ନେଇ ସରକାରଙ୍କୁ ଅବଗତ କରାଯାଇଛି । ଏହା ସହ ଦାବି ପୁରଣ ପାଇଁ ୪ ତାରିଖ ଯାଏ ସମୟ ଦିଆଯାଇଥିବା ସତ୍ତ୍ବେ ସରକାର ଦାବି ପୁରଣ ନେଇ କୌଣସି ପଦକ୍ଷେପ ନ ହେଇ ଚାଷୀଙ୍କ ଦାବି ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ଚାଷୀ ସଂଗଠନ ଅଭିଯୋଗ କରୁଛି । ଚାଷୀଙ୍କ ରାଜରାସ୍ତା ଅବରୋଧ ଯୋଗୁ ଶହ ଶହ ସଂଖ୍ୟାରେ ଭାରିଯାନ ଗୁଡିକ ରାଜପଥରେ ଅଟକି ରହିଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କ ନେତୃତ୍ୱରେ ଭାରି ପୁଲିସ ବଳ ମୃତୟନ ହୋଇଥିଲେ । ତେବେ ସନ୍ଧ୍ୟାରେ ଚାଷୀ ନେତା ମାନଙ୍କୁ ପୁଲିସ ଉଠାଇ ନେବା ପରେ ସମ୍ବଲପୁର ଦେବଗଡ, ମୁମ୍ବାଇ- କୋଲକାତା ରାସ୍ତା ଅବରୋଧ ମୁକ୍ତ ହେବ ସହିତ ଯାତାୟାତ ସାମାନ୍ୟ ହୋଇଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories