www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ଭ୍ୟାକ୍ସିନ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମହାମାରୀ କରୋନାର ପ୍ରତିଷେଧକ ପାଇଁ ଟୀକାର ବିକାଶିତ କରାଯାଉଛି। ଖୁବ୍‌ ଶୀଘ୍ର ଏହି ଟିକା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଟୀକାକରଣ ବ୍ୟବସ୍ଥା ସୁଗମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ଜଣିଆ କମିଟି ଗଠନ କରାଯାଇଛି। ଏହି ୨୧ଜଣିଆ କମିଟିର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଅଧ୍ୟକ୍ଷ ରହିଥିବାବେଳେ ରାଜ୍ୟ ଟୀକାକରଣ ଅଧିକାରୀ ସଦସ୍ୟ ସଚିବ ଓ ଡ୍ରଗ୍ସ କ​‌େ​‌ଣ୍ଟ୍ରାଲର ସଦସ୍ୟ ରହିଛନ୍ତି। ଭୁବନେଶ୍ବର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଓ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜର କିଛି ବିଭାଗୀୟ ମୁଖ୍ୟ ସଦସ୍ୟ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ସଦସ୍ୟ ଜିଲାସ୍ତରୀୟ କାର୍ଯ୍ୟ ସମୀକ୍ଷା ଓ ଜିଲା ଗସ୍ତ କରି ବ୍ୟବସ୍ଥା ପରଖିବାକୁ ନିର୍ଦେଶ ଦିଆଯାଇଛି।

 

- Advertisement -

ସେହିପରି କରୋନା ଭ୍ୟାକ୍‌ସିନ୍‌ ଟୀକାକରଣ ପାଇଁ ପ୍ରତି ଜିଲା ସ୍ତରରେ ୧୪ଜଣିଆ କମିଟି ଗଠନ ହୋଇଛି। ସବୁ ଜିଲାରେ ସିଡିଏମ୍‌ଓ ଅଧ୍ୟକ୍ଷ ରହିଥିବାବେଳେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଅଛନ୍ତି। ଜିଲା ମୁଖ୍ୟ ହସ୍ପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାରେ ଠିକ ଭାବେ ଯେଭଳି ଟିକାକରଣ ହେବ, ସେଥିପ୍ରତି ଦୃଷ୍ଟି ଦେବ ଜିଲାସ୍ତରୀୟ କମିଟି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories