www.samajalive.in
Wednesday, December 10, 2025
18.1 C
Bhubaneswar

ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ବଡ ଭଉଣୀ ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ସନ୍ନିକଟ କାଳିଆବେଡା ସାହିରେ ଗତରାଟି ୯ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଜମି ଜମା ଓ ସମ୍ପତ୍ତି ପାଇଁ ବଡ ଭଉଣୀ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଲହୁ ଲୁହାଣ କରିଦେଇଛି।

ଖବର ଅନୁଯାୟୀ, ଗ୍ରାମର ସାଗର ମୁଣ୍ଡାଙ୍କ ପୁଅ ଘନଶ୍ୟାମ ମୁଣ୍ଡା(୩୬) ଓ ତାଙ୍କ ବଡବାପା ଭୀମ ମୁଣ୍ଡାଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଲାଗିରହିଥିଲା। ଏହି ବିବାଦ ଗତକାଲି ରାତିରେ ଚରମ ସୀମାରେ ପହଞ୍ଚିଥିଲା। ଦୁଇ ପରିବାର ମଧ୍ୟରେ ସାମାନ୍ୟ ବଚସା ହେଉ ହେଉ ଏହା ଉଗ୍ରରୂପ ନେଇଥିଲା । ଘନଶ୍ୟାମଙ୍କୁ ତାଙ୍କର ବଡବାପା ଭୀମ ମୁଣ୍ଡାଙ୍କ ଝିଅ ଝୁମୁରି ମୁଣ୍ଡା(୪୦) ଟାଙ୍ଗିଆ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପୁଲିସ୍ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories