www.samajalive.in
Saturday, December 13, 2025
26.1 C
Bhubaneswar

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କର୍ମଶାଳା

ପିପିଲି : ପୁରୀ ଜିଲା ଶିଶୁ ସୁରକ୍ଷା ଶାଖା ପକ୍ଷରୁ ପିପିଲି ବ୍ଲକ ସ୍ତରୀୟ ବାଲ୍ୟ ବିବାହ ନିରୋଧ କମିଟି ଶିଶୁ ସୁରକ୍ଷା କମିଟିର ମିଳିତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପିପିଲିର ଅତିରିକ୍ତ ବିଡିଓ ଶୈଳବାଳା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପିପିଲି ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି ଦିନିକିଆ କର୍ମଶାଳାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗ ଦେଇ କିଶୋର ନ୍ୟାୟ ଆଇନ ୨୦୧୫ ସଂପର୍କରେ ସୂଚନା ଦେବା  ସହ ଶିଶୁଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬, ଶିଶୁ ଶ୍ରମ ନିରୋଧ ଆଇନ, ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଅପରାଧକୁ ରୋକିବା ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଣୟନ ହୋଇଥିବା ଆଇନ ସଂପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ବିପିଏମ୍ ଡାକ୍ତର ବିନୟ କୁମାର ପଣ୍ଡା ଯୋଗଦେଇ କିଶୋରୀ ବାଳିକା ମାନଙ୍କର ଯତ୍ନ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ ଯୋଗଦେଇ ବାଲ୍ୟ ବିବାହ ଅଟକାଇବା ସମୟର ଅନୁଭୂତିକୁ ବର୍ଣ୍ଣନା କରିବା ସହ ସର୍ବଦା ସାହସର ସହ ପରିସ୍ଥିତିକୁ ମୁକାବିଲା କରି ନାବାଳିକାଙ୍କୁ ସୁରକ୍ଷା ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏହି ଅବସରରେ ନିଜ ନିଜ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ଉପସ୍ଥିତ ସରପଞ୍ଚମାନେ ପ୍ରତିଶୃତି ପ୍ରଦାନ କରିଥିଲେ ଏଥିସହ ପଞ୍ଚାୟତରେ ଚାଲୁଥିବା ଗ୍ରାମସଭା ପଲ୍ଲୀସଭାର କାର୍ଯ୍ୟସୂଚୀରେ ଶିଶୁମାନଙ୍କ ସମସ୍ୟା ଗୁଡିକୁ ସ୍ଥାନିତ କରିବା ପାଇଁ କେତେକ ସରପଞ୍ଚ ମତ ରଖିଥିଲେ ଶେଷରେ ସାମାଜିକ କର୍ମୀ ବିଜୟ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories