www.samajalive.in
Friday, December 5, 2025
17.1 C
Bhubaneswar

ଫେମିନା ମିସ୍ ଇଣ୍ଡିଆ ‘ଓଡ଼ିଶା ସୁନ୍ଦରୀ’ ଉପାଧି ପାଇଲେ ଶୁଭଶ୍ରୀ ରାୟଗୁରୁ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବଲାଙ୍ଗିର ଝିଅ ଶୁଭଶ୍ରୀ ରାୟଗୁରୁ । ଚଳିତ ବର୍ଷ ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୨୦ ବିଜୟିନୀ ହୋଇଛନ୍ତି ଶୁଭଶ୍ରୀ । ଆୟୋଜକମାନଙ୍କପକ୍ଷରୁ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହା ସହ ଶୁଭଶ୍ରୀଙ୍କ ସଫଳତା ନିମନ୍ତେ ତାଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରାଯାଇଛି ।  ସେଫୋରା ଏବଂ ରୋପୋସୋ ଦ୍ୱାରା ମିଳିତ ଭାବରେ  ଫେମିନା ମିସ୍ ଇଣ୍ଡିଆ ୨୦୨୦ ‘ସୁନ୍ଦରୀ’ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

- Advertisement -

ପେଶାରେ ଜଣେ ଓକିଲ ଶୁଭଶ୍ରୀ ଜଣେ ସାମାଜିକ କର୍ମୀ ମଧ୍ୟ । ସେ ଗୀତ ଗାଆନ୍ତି, ନୃତ୍ୟ କରନ୍ତି । ଲୋକଙ୍କ ସହ ମିଳାମିଶା କରନ୍ତି ଓ ଆଖପାଖର ଲୋକଙ୍କୁ ସହାୟତା କରିବାକୁ ମଧ୍ୟ ଭଲ ପାଆନ୍ତି । ଜଣେ ସ୍ବାଧୀନଚେତା ଯୁବତୀ ଭାବରେ ତାଙ୍କର ପରିଚିତି ରହିଛି । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ସେ କାର୍ଯ୍ୟ କରିଛନ୍ତି ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢ଼ିବାର ଲକ୍ଷ୍ୟ ରଖିଛନ୍ତି ।

ଶୁଭଶ୍ରୀ ଜଣେ ଉପସ୍ଥାପିକା ଭାବରେ ୩୦୦୦ରୁ ଅଧିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି ଏବଂ ବାପି ଲାହିରୀଙ୍କ ପରି ସେଲିବ୍ରିଟିଙ୍କ ସହ କାର୍ଯ୍ୟ ମଧ୍ୟ କରିଛନ୍ତି ।

ଶୁଭଶ୍ରୀ ‘ମସ୍ତିଜାଦେ’ ନାମକ ଏକ ଚଳଚିତ୍ରରେ ସହକାରୀ ନିର୍ଦେଶିକା ଭାବରେ କାର୍ଯ୍ୟ କରିଛନ୍ତି । ଜଣେ କ୍ରୀଡ଼ାବିତ୍ ଭାବରେ ସେ ସୁଖ୍ୟାତି ଅର୍ଜନ କରିଛନ୍ତି ।  ଆଞ୍ଚଳିକ ସ୍ତରର ଖୋ-ଖୋ ପ୍ରତିଯୋଗିତା, ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନରେ ତାଙ୍କ ବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ ଏବଂ ସେ ଜିଲ୍ଲା ସ୍ତରୀୟ କ୍ରିକେଟ୍ ଖେଳାଳି ମଧ୍ୟ ଥିଲେ | ତାଙ୍କର ନିଷ୍ଠା, କଠିନ ପରିଶ୍ରମ, କଳା ପ୍ରତି ତଥା ତାଙ୍କର ଅନ୍ତର୍ନିହିତ ପ୍ରାଣ ପାଇଁ ଅପାର ପ୍ରେମ ତାଙ୍କୁ ସଫଳତା ଦେଇଛି ବୋଲି କହିଛନ୍ତି ଶୁଭଶ୍ରୀ । ସେ ବିଚାରପତି ରମେଶ ଚନ୍ଦ୍ର ରାୟଗୁରୁଙ୍କ କନ୍ୟା ହୋଇଥିବାବେଳେ ପେସାରେ ଜଣେ ଆଇନଜୀବୀ। ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ସେ ଶିକ୍ଷା ସମାପ୍ତ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories