www.samajalive.in
Thursday, December 11, 2025
16.1 C
Bhubaneswar

ରୁପିରୁ ରକ୍ଷା ପାଇବାର ଉପାୟ

ଶୀତଦିନେ କେଶରେ ରୁପି ସମସ୍ୟା ଉପୁଜିଥାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ଘରୋଇ ଉପଚାର କରିବା ଭଲ। ଶୀତରେ ଥଣ୍ଡା ପାଗ କାରଣରୁ ଗରମ କିମ୍ବା ଉଷୁମ ପାଣିରେ କେଶ ଧୋଇଲେ ରୁପି ସମସ୍ୟା ବଢ଼ିଯାଏ। ସବୁବେଳେ ଥଣ୍ଡା ପାଣିରେ କେଶ ଧୋଇବାର ଅଭ୍ୟାସ କରନ୍ତୁ।

– ଗାଧୋଇବା ପୂର୍ବରୁ ଘି-କୁଆଁରୀ ରସ କେଶମୂଳରେ ୨୦ ମିନିଟ୍ ଲଗାଇ ପରେ ଶାମ୍ପୂ କରିବେ। ସପ୍ତାହରେ ୨-୩ଥର ଏଇ ରସ ଲଗାଇଲେ ରୁପି ହୋଇନଥାଏ।
– ରସୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରୁପି ଦୂର କରେ। ୧ଚାମଚ ରସୁଣ ରସରେ ପିଆଜ ରସ ୧ଚାମଚ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ।
– ଅଲିଭ ତେଲକୁ ପ୍ରତିଦିନ ନଖଉଷୁମ କରି କେଶମୂଳରେ ଲଗାଇଲେ ମଧ୍ୟ ରୁପି ସମସ୍ୟା ଦୂର ହୁଏ।
– ନିମ୍ବ ପତ୍ରକୁ ଗୁଣ୍ଡ କରି କଞ୍ଚା ଖିର କିମ୍ବା ଦହିରେ ମିଶାଇ କେଶରେ ଲଗାଇ ଶୁଖିବା ପରେ ଧୋଇନେବେ। ସପ୍ତାହକୁ ୨ଥର ଏହି ପ୍ୟାକ୍ ଲଗାଇଲେ ଲାଭ ମିଳେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories