www.samajalive.in
Thursday, December 11, 2025
16.1 C
Bhubaneswar

ଆଚ୍ରେକରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ସଚିନ

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ପିଲାଦିନର ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକରଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇଛନ୍ତି। ପ୍ରଶିକ୍ଷକ ଆଚ୍ରେକରଙ୍କ ଜନ୍ମଦିନରେ ସଚିନ ପିଲାଦିନେ ତାଙ୍କଠାରୁ ଶିଖିୁଥିବା ବ୍ୟାଟିଂ କଳା ସମ୍ପର୍କିତ ଫଠୋ ସେୟାର କରିଛନ୍ତି। ଏପରି କରିବା ସହ ସଚିନ ଭାବବିହ୍ବଳ ହୋଇ ପଡ଼ିଛନ୍ତି। ସାର୍‌ ଆପଣ ମୋ ହୃଦୟ ଭିତରେ ରହିଛନ୍ତି। ସବୁବେଳେ ମୁଁ ଆପଣଙ୍କୁ ମିସ୍‌ କରୁଛି। ମୋ କ୍ରିକେଟ କ୍ୟାରିୟର ପାଇଁ ଆପଣଙ୍କ ଅବଦାନକୁ ଭୁଲିପାରିବି ନାହିଁ। ପିଲାଦିନେ ଆପଣଙ୍କଠାରୁ ଶିଖିଥିବା କ୍ରିକେଟ ମୋତେ ସବୁକିଛି ଦେଇଛି। ଧନ୍ୟବାଦ ସାର୍‌। କ୍ରିକେଟ୍‌ର ଏବିସିିଡି ଆଚ୍ରେକର ସାରଙ୍କଠାରୁ ଶିଖିଛି। ମୋ କ୍ରିକେଟ କ୍ୟାରିୟରରେ ସାରଙ୍କ ଅବଦାନ ଅତୁଳନୀୟ। ମୋତେ ଜଣେ ଭଲ ଖେଳାଳି ଭାବେ ଗଢି ତୋଳିବା ଲାଗି ସବୁବେଳେ ଉଦ୍ୟମ କରୁଥିଲେ। ଯେ​​‌ତେ ବି ପ୍ରଶଂସା କଲେ କମ୍‌ ବୋଲି ସଚିନ ଭାବବିହ୍ବଳ ଟ୍ବିଟ୍‌ କରିଛନ୍ତି। ସଚିନ ତେନ୍ଦୁଲକର ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟ​‌ରେ ୧୦୦ଟି ଶତକ ଅର୍ଜନ କରିବା ସହିତ ଦିନିକିଆରେ ୧୮୪୨୬ରନ ଓ ଟେଷ୍ଟରେ ୧୫୯୨୧ରନ କରିଛନ୍ତି। ସୂଚନାଯୋଗ୍ୟ; ଆଚ୍ରେକରଙ୍କର ୨୦୧୯ ଜାନୁଆରୀ ୨ରେ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories