ହସିବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ବିଶେଷଜ୍ଞ ଦଳ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ଏ ବାବଦରେ ସଚେତନ କରାଉଛନ୍ତି। କାମର ଚାପରେ ଆମେମାନେ ଏତେ ବ୍ୟସ୍ତ ରହୁଛୁ ଯେ ହସିବା, ଖେଳିବା, ଥଟ୍ଟା କରିବାକୁ ଯେପରି ଭୁଲିଯାଉଛେ। ମନୁଷ୍ୟର ଦୈନନ୍ଦିନ ପରିବର୍ତ୍ତିତ ଜୀବନଶୈଳୀକୁ ଲକ୍ଷ୍ୟ କରିବା ପରେ ଜାପାନ ବିଶେଷଜ୍ଞ ଦଳ ୨୦୧୨ରେ ‘ସ୍ମାଇଲ୍ ରେଫ୍ରିଜରେଟର୍’ର ତିଆରି କରିଥିଲେ। ଏହି ଫ୍ରିଜ୍ ଏବେ ଜାପାନ, ଇଉରୋପ ବଜାରରେ ଉପଲବ୍ଧ। ଜଣେ ବ୍ୟକ୍ତି ଫ୍ରିଜ୍ ସମ୍ମୁଖରେ ହସିଲେ ହିଁ ଫ୍ରିଜ୍ର ଲକ୍ ଆପେଆପେ ଖୋଲିଯାଏ। ସେନ୍ସର୍ଯୁକ୍ତ ଏଇ ଫ୍ରିଜ୍ କେବଳ ସମ୍ମୁଖରେ ଥିବା ବ୍ୟକ୍ତିର ହସକୁ ହିଁ ଖୋଲିବାର ଚାବି କାଠି ଭାବେ କାମ କରୁଥିବାର କମ୍ପାନୀ ତରଫରୁ କୁହାଯାଇଛି। ବ୍ୟସ୍ତ ଜୀବନଶୈଳୀରୁ ବାହାରି କିଛି ମୁହୂର୍ତ୍ତ ହସିବା ମନୁଷ୍ୟ ପାଇଁ ଜରୁରୀ, ଏହି କାମକୁ ସହଜ କରାଇବାରେ ଫ୍ରିଜ୍ ହିଁ ସାହାଯ୍ୟ କରିବ। ଜାପାନର ବଡ଼ବଡ଼ କମ୍ପାନୀରେ ଏହି ‘ସ୍ମାଇଲ୍ ଫ୍ରିଜ୍’ ରହିଥିବାବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଉନ୍ନତ ଜ୍ଞାନକୌଶଳର ଫ୍ରିଜ୍ କିଣି ବ୍ୟବହାର କରୁଥିବାର ଦେଖାଯାଉଛି।
Popular Categories



