www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ: ବିରୋଧ ବେଳେ ୧୪ ଗିରଫ 

ଦେବଗଡ଼ : ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍.ଏଚ୍.ଏ.ଆଇ.) ପକ୍ଷରୁ ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବା ବେଳେ ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଜାତୀୟ ରାଜପଥ କଡରେ ନିର୍ମିତ ଘର ଗୁଡିକୁ ଆଜି ଜିଲା ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଆଜି ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଦେବଗଡ ତହସିଲଦାର ପଲ୍ଲବୀ ନାୟକ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର ଓ ପୁଲିସ ଫୋର୍ସ ସହ ଟାଇଁସର ଗ୍ରାମରେ ପହଂଚି ଉକ୍ତ ଗ୍ରାମର ୪୯ ନମ୍ବର ଜାତୀୟ ରାଜପଥ କଡରେ ସରକାରୀ ଜମିରେ ନିର୍ମିତ ଘର ଗୁଡିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭାଙ୍ଗି ଦେଇଥିଲେ। ତେବେ କ୍ଷତିପୁରଣ ପ୍ରଦାନ କରାଯାଇନଥିବା ଓ ଘର ଭାଙ୍ଗିବା ନିମନ୍ତେ ପୂର୍ବରୁ କୌଣସି ନୋଟିସ ଜାରୀ କରାଯାଇନଥିବା ଦର୍ଶାଇ ଟାଇଁସର ଗ୍ରାମର ବହୁ କ୍ଷତିଗ୍ରସ୍ତ ପରିବାର ନିଜ ନିଜ ଘର ସମ୍ମୁଖରେ ବସିରହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ। ଫଳରେ  କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ଫଳରେ ପୁଲିସ ବିରୋଧ କରୁଥିବା ୧୪ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ  ପରିସ୍ଥିତି ଶାନ୍ତ ପଡିବା ସହ ଘର ଗୁଡିକୁ ମ୍ୟାସିନ ସହାୟତାରେ ଭାଙ୍ଗି ଦିଆଯାଇଥିଲା। ମାଜିଷ୍ଟ୍ରେଟ ଭାବେ ଡେପୁଟୀ କଲେକ୍ଟର କୈବଲ୍ୟ କର ଉପସ୍ଥିତ ଥିଲେ। ଆଜି ସଂଧ୍ୟାରେ ଗିରଫ ପୁରୁଷ ଓ ମହିଳା ମାନଙ୍କୁ ଥାନାରୁ ଜାମିନରେ ଛାଡି ଦିଆଯାଇଥିବା ଜଣାପଡିଛି। କ୍ଷତିଗ୍ରସ୍ତ ମାନଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କର ଘର ସରକାରୀ ଜମିରେ ରହିଥିଲେ ମଧ୍ୟ  ଘର ଗୁଡିକୁ ନିଜ ଖର୍ଚ୍ଚରେ ନିର୍ମାଣ କରିଥିଲେ। ଏଣୁ ସେମାନଙ୍କୁ ଜମି ବାବଦକୁ ନହେଲେ ମଧ୍ୟ କ୍ଷତିଗ୍ରସ୍ତ ଘର ଗୁଡିକ ପାଇଁ କ୍ଷତିପୁରଣ ମିଳିବା କଥା। ମାତ୍ର ସେମାନଙ୍କୁ କ୍ଷତିପୁରଣ ପ୍ରଦାନ କରାନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories