www.samajalive.in
Friday, December 5, 2025
26.1 C
Bhubaneswar

ଇମିଟେଶନ ବଦଳାଇ ସୁନା ଲୁଟୁଥିଲେ, ୩ ମହିଳାଙ୍କୁ ଗିରଫ କଲା ପୁଲିସ

ଭଦ୍ରକ: ସାଥୀରେ ଇମିଟେଶନ ସାମଗ୍ରୀ ନେଇ ସୁନା ଦୋକାନକୁ ଯାଉଥିଲେ। ସେଠାରେ ସୁନା ଅଳଙ୍କାର ଦେଖିବା ଆଳରେ ସେସବୁକୁ ବଦଳାଇ ଦେଉଥିଲେ। ଏପରି ଭାବେ ଗ୍ରାହକ ବେଶରେ ସୁନା ଲୁଟୁଥିବା ୩ ଲେଡି ଲୁଟେରାଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ। ସେମାନଙ୍କ ନିକଟରୁ ଇମିଟେଶନ ସାମଗ୍ରୀ ସହିତ ନଗଦ ୪୯ ହଜାର ଟଙ୍କା ଜବତ ହୋଇଛି।

- Advertisement -

ସୂଚନା ଅନୁଯାୟୀ,  ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଥିବା ମା ତାରିଣୀ  ସୁନା ଦୋକାନକୁ ଜଣ ମହିଳା ଗ୍ରାହକ ଭାବେ ସୁନା କିଣିବାକୁ ଯାଇଥିଲେ କିଛି ସମୟ ଦୋକାନରେ ବୁଲାବୁଲି କରି  ବିଭିନ୍ନ ପ୍ରକାର ଅଳଙ୍କାର ଦେଖିଥିଲେ ଏହି ସମୟରେ ମହିଳାମାନେ ନିଜ ପାଖରେ ରଖିଥିବା କିଛି ଇମିଟେନ ସାମଗ୍ରୀକୁ ବଦଳାଇ ଦେଇଥିଲେ। ସୁନା ଅଳଙ୍କାରକୁ ନିଜ ବ୍ୟାଗ୍‌ରେ ରଖିଥିଲେ।

ଏସବୁ ଦୋକାନୀ ଦେଖିବା ପରେ ଚତୁରତାର ସହ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ପରେ ଦୋକାନ ବାହାରପଟୁ ଗ୍ରୀଲ୍‌ ବନ୍ଦ କରିଦେଇ ପୁଲିସକୁ ଖବର ଦେଇଥିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ପ୍ରଥମେ ମହିଳାମାନଙ୍କୁ ଅଟକାଇଥିଲେ। ପରେ ପୁଲିସ ପହଞ୍ଚି ସେମାନଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିଛି। ସୁନା ମୁଦି ଚୋରି ଉଦ୍ୟମ ଅଭିଯୋଗରେ ଗ୍ରାମାଞ୍ଚଳ ଥାନାରେ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟାଗରୁ ୪୯ ହଜାର ଟଙ୍କା ସହିତ କିଛି ଇମିଟେଶନ ସାମଗ୍ରୀ ଜବତ କରିଛି ପୁଲିସ।

ସମ୍ପୃକ୍ତ ମହିଳାମାନେ ଏହିଭଳି ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୁଟ କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଦୋକାନୀଙ୍କ ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜରୁ ଏମାନେ ଚୋରି କରିଥିବାର ଦେଖାଯାଇଥିଲାଚୋରି ହୋଇଥିବା ସୁନା ସାମଗ୍ରୀ ଜବତ ହୋଇଛିଏମାନେ ସମସ୍ତେ ସମ୍ପର୍କୀୟ ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories