www.samajalive.in
Sunday, December 7, 2025
13.1 C
Bhubaneswar

ଲଙ୍କାଗଡ଼ରେ ଲଙ୍କାରାଜ ! ୧୦ ବର୍ଷ ହେଲା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି

ଫୁଲବାଣୀ/ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ଲଙ୍କାଗଡ଼ ପଂଚାୟତରେ ଚାଲିଛି ଲଙ୍କାରାଜ୍। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ଅଞ୍ଚଳର ବାସ୍ତବ ହିତାଧିକାରୀ ଓ ବୃଦ୍ଧ ଦମ୍ପତ୍ତିମାନେ ପାଲଟିଛନ୍ତି ତୁଛ। ବାରମ୍ବାର ସହଯୋଗ ପାଇଁ ଦୌଡ଼ୁଥିଲେ ମଧ୍ୟ ଖୋଦ୍ ପଂଚାୟତ ନିର୍ବାହୀ ଅଧିକାରୀଙ୍କର ଦେଖାମିଳୁନାହିଁ। ଏଭଳି ସ୍ଥଳେ ଗତ ୧୦ ବର୍ଷ ହେଲା ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଲଙ୍କାଗଡ ପଂଚାୟତ ଅନ୍ତର୍ଗତ ବଣ୍ଡକିନାଲ ଗ୍ରାମର ଏକ ବୃଦ୍ଧ ଦମ୍ପତି। ପଂଚାୟତ କାର୍ଯାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରେ ଅବସ୍ଥିତ ଏହି ଗ୍ରାମ।

ପ୍ରକାଶଯେ, ଗରିବ ଗୁରୁବାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋଜନାର ଅଭାବ ନାହିଁ। ଗୃହହିନଙ୍କୁ ସହାୟତା ପାଇଁ ଆବାସ ଯୋଜନା ଦିନ ଦରିଦ୍ରଙ୍କ ପାଇଁ ଆହାର ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ବିଧବା, ବିକଳାଙ୍କ ପାଇଁ ଭତ୍ତା ଭଳି ଅନେକ ଯୋଜନା ସରକାର ପ୍ରଣୟନ କରିଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଇଁ ଅଛି ଗଦା ଗଦା ଯୋଜନା। କିନ୍ତୁ କନ୍ଧମାଲ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଲଙ୍କାଗଡ ପଂଚାୟତରେ ଏହିସବୁ ଯୋଜନା ମାତ୍ର ଘୋଷଣା ରହିଯାଇଛି। ବ୍ଳକ ସଦର ମହକୁମା ଠାରୁ ଏହି ସବୁ ପଂଚାୟତ ବହୁ ଦୂରରେ ଥିବ ଯୋଗୁଁ ସେଠାରେ ସରପଂଚ ଓ ପଂଚାୟତ ନିର୍ବାହି ଅଧିକାରୀ ଏହି ସବୁ ଯୋଜନାର ବ୍ୟବସାୟକରି ବେଶ୍ ମାଲେମାଲ୍ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ପ୍ରକୃତ ହିତାଧରକାରୀଙ୍କୁ ଯୋଜନାର ସଫଳ ମିଳିନଥାଏ। ଯେଉଁମାନେ ଦାବୀ ମୁତାବକ ଅର୍ଥଦିଅନ୍ତି ସେମାନଙ୍କୁ ମିଳେ ଭତ୍ତା, ରାସନ କାର୍ଡ, ଆବାସ ଯୋଜନାର ଗୃହ ଆଦି ଯୋଜନା ଗୁଡିକର ଫାଇଦା। ସେମାନେ ସରକାରୀ ଚାକିରିଆ ହୁଅନ୍ତୁ କିମ୍ବା ଧନୀ ଶ୍ରେଣୀର ହୁଅନ୍ତୁ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ଚାହିଁଲେ ସବୁ ସମ୍ଭବ ହେଉଛି ବୋଲି ଅଭିଯୋଗ କରିଛନ୍ତି ଆବାସ ଯୋଜନାରୁ ବଚିଂତ ହୋଇଥିବା ହିତାଧିକାରୀ। ତୁମୁଡ଼ିବନ୍ଦ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୨କି.ମି ଦୂରରେ ଲଙ୍କାଗଡ଼ ପଂଚାୟତ ଅବସ୍ଥିତ ଥିଲେ ମଧ୍ୟ ଏହା ମାଓ ପ୍ରବଣ ଅଚଂଳକହି କୌଣସି ଅଧିକାରୀ ମଧ୍ୟ ପାଦ ପକାଇ ନଥାନ୍ତି । ଯେତେବେଳେ ଯାଇଥାନ୍ତି କେହି ମଧ୍ୟ ଜାଣିପାରନ୍ତି ନାହିଁ। ଫଳରେ ବହୁ ହିତାଧିକାରୀ ମାନେ ସେମାନଙ୍କର ଦାବିପତ୍ର ପାଇଁ ହେଉ କିମ୍ବା କିଛି ଅଭିଯୋଗ କରିବା ପାଇଁ ଦିନ ଦିନ ଅପେକ୍ଷା କରୁଥିଲେ ମଧ୍ୟ କିଛି ସୁଫଳ ମିଳିନଥାଏ। ଲଙ୍କାଗଡ କାର୍ଯ୍ୟାଳୟ ଠାରୁ ମାତ୍ର ୩କି.ମି ଦୁର ବଣ୍ଡକିନାଳ ଗ୍ରାମର ଆବାସ ଯୋଜନା ନପାଇ ଏକ ଭଙ୍ଗା କୁଡିଆରେ ଦିନ କାଟୁଥିବା ଜଣେ ୭୮ ବୟସର ବୃଦ୍ଧ ଏବଂ ୭୦ବର୍ଷର ବୃଦ୍ଧା ହେଉଛନ୍ତି ବାସ୍ତବ ଉଦାହରଣ। ବୟସର ଅପରାହ୍ନରେ ମଧ୍ୟ ୭୮ ବର୍ଷର ବୃଦ୍ଧ ଶୁକ୍ରୁ ପାତ୍ର ଆବାସ ଯୋଜନାରୁ ବଚିଂତ। ୫ଶହ ଟଙ୍କା ଭତା ଏବଂ ସ୍ୱାମୀ ସ୍ତ୍ରୀ ୧୦କି.ଗ୍ରା ଚାଉଳ ପାଇ ଓଳିଏ ଖାଇ ଓଳିଏ ନଖାଇ ଏକ ଭଙ୍ଗା ଝିକର ଛପର ଘରେ ଯିବନ ବିତାଉଛନ୍ତି। ଗୋଟି ପୁଅ ଅଛି , କିନ୍ତୁ ସେ ବୃଦ୍ଧ ବାପା-ମାଆଙ୍କୁ ପଚାରେନି। ପିତା ମାତାଙ୍କୁ ଘରଟିଏ ମିଳିଲେ ଶୀତ କାକର ଖରାବର୍ଷାକୁ ଏଡାଇ ଅନ୍ତତ କିଛି ବର୍ଷ ବଚିଂ ଯାଆନ୍ତି ବୋଲି ଆଖିରେ ଲୁହଭରା କଣ୍ଠରେ କଣ୍ଠରେ କହିଛନ୍ତି ଶୁକ୍ରୁ ପାତ୍ର। ତେବେ ଏହିବାବଦରେ ପଂଚାୟତ ନିର୍ବାହି ଅଧିକାରୀ ସୁଜିତ ସାହୁଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରେ ଫୋନ ଉଠାଇ ନଥିଲେ। ତେବେ ଘଟଣା ସଂପକ୍ରରେ ତୁମୁଡ଼ିବନ୍ଧ ବ୍ଳକ ବି.ଡ଼ି.ଓ ଦାୟିତ୍ୱରେ ଥିବା କୋଟଗଡ଼ ବି.ଡ଼ି.ଓଙ୍କ ଏନେଇ ପଚାରିବାରେ ସେ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଛନନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories