www.samajalive.in
Monday, December 8, 2025
14.1 C
Bhubaneswar

ରାସନ କାର୍ଡ ଖଣ୍ଡେ ପାଇବା ପାଇଁ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି ଗରିବ ହିତାଧିକାରୀ

ଫୁଲବାଣୀ : ଯୋଗ୍ୟ ହିତାଧିକାରୀମାନେ ଯେଭଳି ରାଜ୍ୟ ସରକାରଙ୍କ କୌଣସି ଯୋଜନାରୁ ବଂଚିତ ହେବେ ନାହିଁ ସେଥିପାଇଁ  ବ୍ଳକ ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସମୟ ସମୟରେ ବିଭିନ୍ନ ପ୍ରକାର ସଚେତନ ସଭା ସମିତି କରାଯାଉଛି। ତଥାପି ଦାୟିତ୍ୱରେ ଥିବା କିଛି କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଅନେକ ଯୋଜନାରେ ସାମିଲ୍ ହୋଇ ପାରୁନାହାନ୍ତି। ବର୍ଷ ବର୍ଷ ଧରି ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ। କେବଳ ମିଳିଛି ନିର୍ଭର ପ୍ରତିଶୃତି। ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଂଚାୟତର ସାଡ଼ିଙ୍ଗିଆ ଗ୍ରାମରୁ। ସାଡିଙ୍ଗିଆ ହାଟପଦା ସାହିରେ ରମେଶ ପୃଷ୍ଟି ନାମକ ଜଣେ ବ୍ୟକ୍ତି ଏକ ଛୋଟିଆ ଜଳଖିଆ ଦେକାନ କରି ନିଜର ପରିବାର ପୋଷଣ କରିଆସୁଛନ୍ତି। ପରିବାର କହିଲେ ଚାରି ପ୍ରାଣୀ କୁଟୁମ୍ବ ଏକ ଚାଳ ଘରେ ୩୦ ବର୍ଷ ହେବ ରହି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପାରିନାହିଁ। ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ରାସନକାର୍ଡ ଖଣ୍ଡିଏ ପାଇବା ପାଇଁ ଲିଖିତ ଭାବରେ ଜଣେଇଛନ୍ତି କିନ୍ତୁ କିଛି ଫଳ ମିଳିନାହିଁ। ରାସନ କାର୍ଡ ପାଇଁ ସାଡିଙ୍ଗିଆ ଯୋଗାଣ ସହାୟକଙ୍କ ପାଖରେ ଗୁହାରି କଲେ ଯୋଗାଣ ସହାୟକ ଜଣକ ହାତଗୁଜାଂ ମାଗୁଥିନା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ହିତାଧିକାରୀ। ଏହି ଗରିବ ହିତାଧିକାରୀଙ୍କ ପାଇଁ ନିଜେ ସରପଂଚ ନିରସ୍ତମ କହଁର ବହୁବାର ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରିଛନ୍ତି କିନ୍ତୁ ଫଳ କିଛି ମିଳିନାହିଁ ବୋଲି ନିଜେ ସରପଂଚ ଅଭିଯୋଗ କରିଛନ୍ତି। ସବୁଠୁ ବଡ କଥାହେଲା ବହୁ ସମସ୍ୟାରେ ଜୀବନ ଯାପନ କରୁଥିବା ଏହି ହିତାଧିକାରୀ ଜଣକ ଅର୍ଥ ଅଭାବରୁ ଗତ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ନିଜର ଏକ ମାତ୍ର ଝିଆକୁ ମଧ୍ୟ କଲେଜରେ ନାମ ଲେଖାଇ ପାରିନାହଁନ୍ତି। ସଂପୃକ୍ତ ହିତାଧିକାରୀଙ୍କ ସଂମ୍ପର୍କରେ ଯୋଗାଣ ଅଧିକାରୀ ବାଳକୃଷ୍ଣ ନାୟକଙ୍କୁ ପଚାରିବାରେ ବହୁ ଦିନ ଆଗରୁ ତାଙ୍କର ରାସନ କାର୍ଡ ଥିଲା। କୌଣସିକାରଣ ବଶତଃ ତାହା କଟି ଯାଇଛି। ଆଗକୁ ଆଲଟମେଣ୍ଟ ଆସିଲେ ତାଙ୍କର ରାସନକାର୍ଡ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ କେବେ ସାମିଲ୍ କରାଯାଉଛି ସରକାରଙ୍କ ରାସନକାର୍ଡ ଯୋଜନାରେ। ତେବେ ରମେଶଙ୍କ ଠାରୁ ବହୁ ଥିଲାବାଲା ଲୋକ ରାସନକାର୍ଡ଼ ସହିତ ବିଭିନ୍ନ ଯୋଜନାରେ ନିଜକୁ ସାମିଲ୍ କାରି ବେଶ୍ ଲାଭବାନ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ରମେଶଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ଅଣଦେଖା କରାଯାଇଛି ତାହା ନିଶ୍ଚିତ ଭାବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories