www.samajalive.in
Sunday, December 14, 2025
23.1 C
Bhubaneswar

ନିକ୍‍ଙ୍କ ସହ ବିବାହ କରିବେ ପ୍ରିୟଙ୍କା!

ମୁମ୍ବଇ : ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ପ୍ରଶଂସକ ମାନଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍‍ ଜୋନ୍ସକୁ ବିବାହ କରିବାକୁ ଯାଉଛନ୍ତି। ପିପୁଲ ଡ଼ଟ କମ୍‍ ନାମକ ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ନିକ୍‍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ସ୍ଥିର ହୋଇସାରିଛି। ନିକ ଜୋନ୍ସ ନିର୍ବନ୍ଧ ପାଇଁ ନ୍ୟୁୟର୍କ ସ୍ଥିତ ଟିଫେନି ଷ୍ଟୋରରୁ ନିର୍ବନ୍ଧ ମୁଦି କିଣିଛନ୍ତି। ନିକ୍‍ଙ୍କ ପରିବାର ଏବଂ ସାଙ୍ଗମାନଙ୍କ କହିବା ଅନୁସାରେ, ନିକଙ୍କୁ କେବେ ବି ଏତେ ଖୁସି ଦେଖିବାକୁ ମିଳିନଥିଲା। ପ୍ରିୟଙ୍କାଙ୍କ ସହ ନିଜର ସମ୍ପର୍କ ସ୍ଥାପନକୁ ନେଇ ନିକ୍‍ ଗମ୍ଭୀର ଥିବା ନଜର ଆସୁଛନ୍ତି। ପ୍ରିୟଙ୍କା ‘ଭାରତ’ ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ ବୋଲି ନିର୍ଦେଶକ ଅଲ୍ଲି ଆବାଜ ଜାଫରଙ୍କ ଟୁଇଟ୍‍ ପରେ ସମସ୍ତେ ଏହି ବିବାହକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୭ ମେଟା ଗାଲା ପୁରସ୍କାର ବିତରଣ ଉତ୍ସବରେ ପ୍ରିୟଙ୍କା ଓ ନିକ୍‍ ଜୋନ୍ସ ପ୍ରଥମେ ଦେଖା ହୋଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories