www.samajalive.in
Sunday, December 7, 2025
26.1 C
Bhubaneswar

ମରଣଯନ୍ତା ସାଜିଛି ସୋହେଲା-ପୁରୀ ରାସ୍ତା

ବରପାଲି : ସୋହେଲାରୁ ପୁରୀ ଜଗନ୍ନାଥ ଧାମକୁ ଲମ୍ବି ଯାଇଥିବା ରାଜ୍ୟ ସଡ଼କ ବର୍ତ୍ତମାନ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ବରପାଲି ମାହାତ୍ମାଗାନ୍ଧି ଛକରୁ ସୋହେଲା ପଟକୁ ଯାଉଥିବା ୨୩ କିଲୋମିଟର ସଡ଼କ ଶୋଚନୀୟ ଅବସ୍ଥାରେ ପଡ଼ିରହିବା ସହ ବେଧଡ଼କ ଭାରିଯାନ ଓ ଛୋଟିଆ ଗାଡ଼ି ମାନ ଯାତାୟତ ହେବାକୁ ବାଧ୍ୟ ହେଉଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା ପିଡ଼ବ୍ଲୁଡ଼ି ବିଭାଗୀୟଙ୍କ ଅଣଦେଖା କାର୍ଯ୍ୟକଳାପ ଯୋଗୁ ନିତିଦିନ କିଛି ନା କିଛି ଅଘଟଣ ମାନ ଘଟିବା ସାମାନ୍ୟ କଥା ହୋଇଗଲାଣି। ସାଧାରଣଙ୍କ ଧନଜୀବନ ପ୍ରତି ସର୍ବଦା ଆଶଙ୍କା ରହିବା ହେବା ସହ ଯାତାୟତରେ ବହୁ ଅସୁବିଧା ହେଉଛି। ପ୍ରତିଦିନ ଅଚଂଳର ଛାତ୍ରଛାତ୍ରୀ ଓ ଜନ ସାଧାରଣ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟରେ ବରପାଲିକୁ ବାଇକ, ସାଇକେଲ ଦ୍ୱାରା ଯାତାୟାତ ହୋଇଥାନ୍ତି। ରାସ୍ତାଟି ସୋହେଲାରୁ ପୁରୀ ଧାମକୁ ସିଧାସଳଖ ଯାଉଥିବା ବେଳେ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ରାଏପୁରରୁ ସୋନପୁର ବୌଦ୍ଧ ଭୁବନେଶ୍ୱର ଓ ଗଞ୍ଜାମ ଅଚଂଳର ମାଲବୁହା ଭାରିଯାନ ମାନ ପ୍ରତିଦିନ ଯିବାଆସିବା କରିଥାଏ। ରାସ୍ତାର ଅନେକ ସ୍ଥାନ ପିଚୁ ଉଠିବା ସହ ଖଣ୍ଡିଆ ଖାବରା ହୋଇ ଗେଟି ପଥର ମାନ ବାହାରି ଅସୁବିଧା ସୃଷ୍ଟି କରୁଛି। ଯାତାୟତ ହେଉଥିବା ବେଳେ ବାଇକ ଆରୋହୀମାନେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଥିବା ଗତ ଉପ ନିର୍ବାଚନ ପୁର୍ବରୁ ହୋଇଥିବା ରାସ୍ତାଟି ବର୍ଷେ ନପୁରୁଣୁ ଖାଲ ସୃଷ୍ଟି ହେବା ଏବଂ ଯାନବାହାନ ଯାଉଥିବା ବେଳେ ରାସ୍ତାର ମାଟି ଓ ପଥର ଗୁଣ୍ଡ ଉଡ଼ି ସ୍ଥାନୀୟ ଲୋକଙ୍କୁ ସବୁବେଳେ  ବ୍ୟତିବ୍ୟସ୍ତ ପରିସ୍ଥିତିରେ ପକାଉଛି। ରାସ୍ତାର ଉଚିତ ମରାମତି ସହ ଯୁଦ୍ଧକାଳିନ ଭିତ୍ତିରେ ପୁନଃଦ୍ଧାର ସକାଶେ ସ୍ଥାନୀୟ ସ୍ୱାଭିମାନ ମଞ୍ଚ ଜିଲ୍ଲା ପ୍ରସାସନିକ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ଜଣାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories