www.samajalive.in
Friday, December 12, 2025
26.1 C
Bhubaneswar

୪୦୦ ବର୍ଷ ପରେ ବୃହଷ୍ପତ୍ତି ଏବଂ ଶନିର ମହାମିଳନ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟା ଆକାଶରେ ବୃହଷ୍ପ୍ତି ଏବଂ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟରେ ଦେଖାଯିବ। ପ୍ରାୟ ୪୦୦ ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଏତେ ନିକଟରେ ଥିବାପରି ଦେଖାଯିବ। ତେଣୁ ଏହା ଏକ ଅତ୍ୟନ୍ତ ବିରଳ ଘଟଣା। ଶେଷଥର ବୃହଷ୍ପତ୍ତି ଏବଂ ଶନିର ଏପରି ମହାମିଳନ(୦.୧ଡିଗ୍ରୀରୁ କମ୍‌) ୧୬ ଜୁଲାଇ ୧୬୨୩ ମସିହାରେ ଦିଗବଳୟର ୧୩ ଉପରେ ଦେଖାଯାଇଥିଲା ଯାହା ସବୁ ଯାଗାରେ ଦେଖିବା ସମ୍ଭବ ହୋଇନଥିଲା। ତେଣୁ ଶେଷ ଥର ପାଇଁ ଏପରି ଏକ ମହାମିଳନ ଯାହାକୁ ଦେଖିବା ସହଜ ଥିଲା ଘଟିଥିଲା ୪ ମାର୍ଚ୍ଚ ୧୨୨୬ ମସିହାରେ । ଏପରି ଘଟିବାର କାରଣ ବୃହଷ୍ପତି ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୧୧୮୬ ବର୍ଷ ନେଉଥିଲାବେଳେ ଶନି ୨୯୪ ବର୍ଷ ନିଏ । ତେଣୁ ପ୍ରତି ୧୯,୮୫ ବର୍ଷରେ ରାତି ଆକାଶରେ ବୃହଷ୍ପତି ଶନିକୁ ଅତିକ୍ରମ କରୁଥିବାର ଦେଖାଯାଏ । ପ୍ରତି ୧୯,୮୫ ବର୍ଷରେ ଗ୍ରହ ଦୁଇଟି ରାତି ପୃଥିବୀରୁ ଆକାଶରେ ପରସ୍ପରର ପାଖାପାଖି ଥିବାର ଦେଖାଯାଏ। ଏକ ମହାମିଳନ ସମୟରେ ଯାହା ଦେଖାଯାଏ ତାହା ହେଉଛି ଧୀର ଗତିଶୀଳ ଶନି କୁ ବୃହଷ୍ପତି ଅତିକ୍ରମ କରୁଥିବା ଘଟଣା। ଏକ ମହାମିଳନ ଆକାଶରେ ପୂର୍ବ ସ୍ଥାନର ପ୍ରାୟ ୧୧୭ ଡିଗ୍ରୀ ଆଗକୁ ଘଟେ, ଓ ପ୍ରାୟ ୮୦୦ ବର୍ଷରେ ଆକାଶର ସମାନ ଅଂଶକୁ ଫେରିଯାଏ। ପରବର୍ତ୍ତୀ ବୃହଷ୍ପତି ଏବଂ ଶନିର ମିଳନ (ମହାମିଳନ ନୁହେଁ । ୨୧ ଡିସେମ୍ବର, ୨୦୪୦ ରେ ପଡିବ । ଭଲ ଖବର ହେଉଛି ନିକଟରେ ବୃହଷ୍ପତି ଏବ” ଶନି ପୁଣି ଥରେ ସୂର୍ୟ୍ୟୋଦୟ ପରେ ଆକାଶରେ ୦.୦୬ ଡିଗ୍ରୀ ନିକଟରେ ସୂର୍ଯ୍ୟଙ୍କଠାରୁ ୪୩,୫ପ୍ସ ଉପରେ ଦେଖାଯିବ କିନ୍ତୁ ଖରାପ ଖବର ହେଲା ଏହା ୧୫ ମାର୍ଚ୍ଚ ୨୦୮୦ ରେ ଘଟିବ । ଏବେ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲିଆଖିରେ ଖୁବ୍ ସୁନ୍ଦର ଭାବରେ ଦେଖାଯାଉଛି। ଆସନ୍ତା ତିନି ସପ୍ତାହ ଧରି ପ୍ରତି ଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା କମିବ ଓ ଏମାନେ ନିକଟତର ହୋଇ ଖୁବ୍ ପାଖାପାଖି ଦେଖାଯିବେ। ଡିସେମ୍ବର ୨୧ ତାରିଖରେ ସୂ​‌​‌େ​‌ର୍ଯ୍ୟାଦୟ ହେବାର ଏକ ଘଣ୍ଟା ପରେ ପଶ୍ଚିମ ଦିଗବଳୟ ଉପରେ ଏକତ୍ର ଦେଖାଯିବେ। ସେମାନଙ୍କ ଭିତରେ ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ। ଏଠାରେ ସୂଚାଇ ଦିଆଯାଇ ପାରେକି ପୂର୍ଣ୍ଣଚନ୍ଦ୍ର ହେଉଛି ୦୫ ଡିଗ୍ରୀ, ଅର୍ଥାତ୍ ଗ୍ରହ ଦୁଇଟି ଭିତରେ ଏକ ପୂର୍ଣ୍ଣଚନ୍ଦ୍ର ଆକାରର ୫ ଭାଗରୁ କମ୍ ହେବ। ଭାରତ ତଥା ଓଡ଼ିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖିହେବ। ଛୋଟ ଦୂରବୀକ୍ଷଣରେ ଏକ ସମୟରେ ବୃହଷ୍ପତି ଓ ତା’ର ୪ ଉପଗ୍ରହ, ଶନି ଓ ତା’ର ଏକ ଉପଗ୍ରହ ଦେଖିହେବ। ଏହିଭଳି ବୃହସ୍ପତି ଏବଂ ଶନି ଆମ ‘ଜୀବନକାଳରେ ଥରେ ଏକାଠି ହେବେ ତେଣୁ ଏପରି ସୁଯୋଗ ହାତଛଡା କରନ୍ତୁ ନାହିଁ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories