www.samajalive.in
Friday, December 12, 2025
19.1 C
Bhubaneswar

ଧାନ କାଟୁଥିବା ବେଳେ ଟଳି ପଡିଲେ ଚାଷୀ

ଭଞ୍ଜନଗର : ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁୁଣ୍ଡୁଳି ଗ୍ରାମର ହୀନ ବରାଡ ନାମକ ଏକ ୬୦ ବର୍ଷର ଚାଷୀ ଶନିବାର ଜମିକୁ ଧାନ କାଟିବାକୁ ଯାଇଥିଲେ। ଜମିରେ ଧାନ କାଟୁଥିବା ବେଳେ ସେ ହଠାତ୍ ଟଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋବରା ଓ ପରେ ଭଞ୍ଜନଗର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଏହି ସଂକ୍ରାନ୍ତରେ ପୁଲିସ୍‍ ଏକ ଅପମୃତ ମାମଲା ରୁଜ୍ଜୁ କରିଛି।

ସୂଚନା ଅନୁସାରେ, ଚାଷୀ ଜଣଙ୍କ ଜମିରେ ଧାନ କାଟୁଥିବାବେଳେ ହଠାତ୍‍ ମୁଣ୍ଡ ବୁଲାଇ ଦେବାରୁ ସେ ଜମି ହିଡ ଉପରେ କିଛି ସମୟ ବସି ପୁଣି ଘରକୁ ଫେରି ଅସୁଥିଲେ। ଘରେ ପହଞ୍ଚିବା କ୍ଷଣି ସେ ଚେତାଶୂନ୍ୟ ହୋଇ ପଡିଥିଲେ ବୋଲି ମୃତ ହୀନ ବରାଡର ସଂପର୍କିୟ ଭାଇ ଧାନପୁଂଜା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା।। ସମ୍ଭବତଃ, ହୃତଘାତରେ ଏହି ଚାଷୀଙ୍କର ମୃତ ଘଟିଥିବା କଥା ଥାନା ଅଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories